ପଦ୍ମ ସମ୍ମାନ : ଓଡ଼ିଶା ବାହାରେ ଓଡ଼ିଆ

🖋ସମୀର ରଞ୍ଜନ

ଆମ ଓଡିଆମାନେ ପଦ୍ମ ସମ୍ମାନ ପାଇଲେ ଆମେ ଗର୍ବ କରୁ। ହେଲେ ବିଛିନ୍ନାଂଚଳ ଷଢେଇକଳାରେ ରହୁ ଥିବା ଆମର ଜଣେ ଓଡିଆ ପୁଅ ଛଉ ନୃତ୍ୟପାଇଁ ପଦ୍ମ ସମ୍ମାନ ପାଇଛନ୍ତି ଏହା ଆମ ପାଇଁ କମ ଗୌରବର କଥା ନୁହେଁ। ଅଥଚ ଏଠି ତାଙ୍କ ବିଷୟରେ ଆଲୋଚନା ଟିକିଏ ନାହିଁ। ସେ ହେଲେ ଶଶଧର ଆଚାର୍ଯ୍ୟ। ସେ ଜଣେ ଓଡିଆ । ଓଡିଆ ଭାଷାକୁ ନେଇ ତାଙ୍କର ଅହରହ ସଂଗ୍ରାମ, ତାଙ୍କ ନୃତ୍ୟରେ ଓଡିଆ ଭାଷା ସାହିତ୍ୟର ପ୍ରତିଫଳନ। ଦୀର୍ଘ ଚାରି ପୀଢି ଧରି ଶଶଧରଙ୍କ ପରିବାର ଛଉନୃତ୍ୟ ପାଇଁ ସମର୍ପିତ। ପିତା ଲିଂଗରାଜ ଆଚାର୍ଯ୍ୟଙ୍କଠାରୁ ପାଂଚବର୍ଷ ବୟସରୁ ସେ ନୃତ୍ୟ ଶିଖନ୍ତି। ନେସନାଲ ସ୍କୁଲ ଅଫ୍ ଡ୍ରାମାରେ ଶଶଧର ଏବେ ଭିଜିଟିଂ ପ୍ରଫେସର ଭାବରେ ଅବସ୍ଥାପିତ। ୨୦୦୪ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସେ ପୁରସ୍କୃତ। ଶଶଧରଙ୍କୁନେଇ ଓଡିଶାର ଓଡିଆମାନେ ଗର୍ବ କରିିବା କଥା। ପରିତାପର ବିଷୟ ଆମେ ଆମର ସେଇ ଓଡିଆ ଭାଇମାନଙ୍କୁ ଅବହେଳା କରୁଛୁ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.