ଜ୍ଞାନ ଭାରତୀ କର୍ଲାମୁଣ୍ଡାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା

କର୍ଲାମୁଣ୍ଡା,୨୭/୧ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ସ୍ଥିତ ଜ୍ଞାନ ଭାରତୀ ଶିକ୍ଷାନୁଷ୍ଠାନରେ ଦଶମ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏନେଇ ଆୟୋଜିତ ସମାରୋହରେ ନବମ ଶ୍ରେଣୀ ଛାତ୍ରୀ ଲୋପାମୁଦ୍ରା ମିଶ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ । ବିଜ୍ଞାନ ଶିକ୍ଷକ ପୃଥ୍ୱୀରାଜ ସାହୁ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିବା ବେଳେ ଏମଡି କୋଦଣ୍ତ ସାହୁ, ସୁକାନ୍ତି ସାହୁ ପ୍ରମୂଖ ଉପସ୍ଥିତ ରହି ଆଗାମୀ ପରୀକ୍ଷା ପାଇଁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ହେମଲତା ବାଗ ପିଲାମାନଙ୍କୁ ଶୃଙ୍ଖଳିତ ଜୀବନ ଯାପନ ଓ ପରୀକ୍ଷାରେ ଭଲ ମାର୍କ ରଖି ପରିଶ୍ରମି ହେବାକୁ କହିଥିଲେ । ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ତପନ କୁମାର ସାହୁ ସାହିତ୍ୟ, ଶୃଙ୍ଖଳା, ଚରିତ୍ର ମାନବିକତାରେ ପରିପୂର୍ଣ୍ଣ ହେବାକୁ ଛାତ୍ରଛାତ୍ରୀଙ୍କୁ ବୁଝେଇ ଥିଲେ । ସୁଭାସିନି ତ୍ରିପାଠୀ, ମିତାରାଣୀ ସାହୁ,ଶର୍ମିଷ୍ଠା ଜାନୀ ସମସ୍ତ ଶିକ୍ଷୟତ୍ରୀ ମିଳିତ ଭାବରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ସୁଜ୍ଞାନୀ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

କର୍ଲାମୁଣ୍ଡାରୁ ବାଲକୁମର ସାହୁଙ୍କ ରିପୋର୍ଟ odiabarta.in

_________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.