ବାରମ୍ବାର ଭାଲୁ ଆକ୍ରମଣର ଶିକାର ହେଉଛନ୍ତି ଜନତା : ଭିତତ୍ରସ୍ଥ ସାଧାରଣ ଜୀବନ ଧାରା
କୋକସରା,୨୮/୧ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଭାଲୁ ଆକ୍ରମଣ ପ୍ରାୟତଃ ଅନେକାଂଶ ସମୟରେ ଦେଖିବା କୁ ମିଳୁଛି । ଆଜି ସକାଳୁ ବିଲ କୁ ଯିବା ସମୟରେ ବରାଡ଼ଙ୍ଗା ଗ୍ରାମର କେଶବ ଭୈସାଲ ନାମକ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । ଯୁବକ ଜଣକ କୌଶଳ କ୍ରମେ ଗୁରୁତର ହେବାରୁ ରକ୍ଷା ପାଇ ଯାଇଥିଲେ । ସେ ଆସି ଘର ଲୋକଙ୍କୁ କହିବାରୁ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଧର୍ମଗଡ଼କୁ ସ୍ଥାନାନ୍ତର କରାଯାଇଛି । ଅଞ୍ଚଳରେ ବାରମ୍ବାର ଭାଲୁ ଆକ୍ରମଣ ର ଶିକାର ହେଉଥିବା ରୁ ଲୋକଙ୍କ ମନରେ ଭୟର ବାତାବରଣ ଦେଖା ଦେଇ ବନ ବିଭାଗ ର କାର୍ଯ୍ୟ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାର ଲାଗିଥିବା ବେଳେ ଖାଦ୍ୟ ଅନ୍ୱେଷଣ ରେ ବନ୍ୟଜନ୍ତୁ ମାନେ ଗାଁ ମୁହାଁ ହେବାରେ ଲାଗିଛନ୍ତି । ଏ ବିଷୟରେ ଜଙ୍ଗଲ ବିଭାଗକୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ ।
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
___________________________________________