ନର୍ଲା ପ୍ରେସ କ୍ଲବ ବୈଠକ : ସତ୍ୟ ଆଧାରିତ ଓ ଦ୍ବନ୍ଦ ବିହିନ ଖବର ପ୍ରଶାରଣ ଉପରେ ଗୁରୁତ୍ବ

ନର୍ଲା,୨୮/୧ : ନର୍ଲା ପ୍ରେସ କ୍ଲବର ମାସିକ ବୈଠକ ସ୍ଥାନୀୟ ଚିପୁଲ ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଲବ ସଭାପତି ଦିପକ ଠାକୁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନର୍ଲା ଥାନାଧିକାରୀ ରମଣୀ ରଞ୍ଜନ ଦଳେଇ ଓ ‘ସର୍ବସାଧାରଣ’ ଖବର କାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମଣ ସ୍ବାଇଁ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକରେ ସାମ୍ବାଦିକ ଓ ସାଧାରଣ ଜନତାଙ୍କ ମଧ୍ୟରେ ଥିବା ଯୋଗସୂତ୍ର ତଥା କର୍ତ୍ତବ୍ୟ, ସତ୍ୟ ଓ ଦ୍ବନ୍ଦ ବିହିନ ଖବର ପ୍ରଶାରଣ ଆଦି ବିବିଧ ବିଷୟ ଉପରେ ଆଲୋଚନା ହୋଇଥିଲା । ଏହି ସଭାରେ ପ୍ରେସ କ୍ଲବ ସମ୍ପାଦକ ଅଜୟ କୁମାର ସେନାପତି, ଉପ ସଭାପତି ଭିକାରୀ ଗୌଡ ଓ ସୁଶାନ୍ତ ଚାନ୍ଦ, ସହ ସମ୍ପାଦକ ନିରଞ୍ଜନ ଗୌଡ, କୋଷାଧ୍ୟକ୍ଷ ପ୍ରଦୀପ ଗୌଡ, ଦିନଲିପି ପ୍ରତିନିଧି ତଥା ପୂର୍ବତନ ସଭାପତି ଥବିରାମ ବୁଦ୍ଧିଆ, ଓଡିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, କଳାହାଣ୍ଡି ଓଟିଭି ପ୍ରତିନିଧି ରାଜକୁମାର ସିଂଦେଓଙ୍କ ସହ ସାମ୍ବାଦିକ ଖଗେଶ୍ବର କୁମାର, ତ୍ରୀଲୋଚନ ଗୌଡ, ଜିତୁ ସାହୁ, ରାଜେନ୍ଦ୍ର ମିଶ୍ର, ନୀଳକଣ୍ଠ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ odiabarta.in

________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.