ପାତାଳି ଶ୍ରୀକ୍ଷେତ୍ରରେ ପଞ୍ଚଦଶ ପାତାଳି ମହୋତ୍ସବ-୨୦୨୦

ଠାକୁର ଦର୍ଶନ ସହ ସାଂସ୍କୃତିକ ଆସରରେ ଝୁମିଲେ ଦର୍ଶକ

ଉଲୁଣ୍ଡା,୨୮/୧(ଶାନ୍ତନୁ କୁମାର କର୍ଣ୍ଣ): ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପଞ୍ଚଦଶ ପାତାଳି ମହୋତ୍ସବ-୨୦୨୦ ମଙ୍ଗଳବାର ତୃତୀୟ ସନ୍ଧ୍ୟାରେ ପହଂଚିଥିବାବେଳେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ଭିଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଥିବା ବେଳେ ଦିନବେଳା ପାହାଡ ଚଢ଼ିବାର ନିଆରା ଅନୁଭୁତି ସାଉଁଟୁଛନ୍ତି ଶ୍ରଦ୍ଧାଳୁମାନେ। ରବିବାର ଜଗନ୍ନାଥ ପୋଖରୀରୁ ମହିଳାମାନଙ୍କ ଦ୍ୱାରା କଳସ ବୁଡାଇ ଶୋଭାଯାତ୍ରାରେ ନିଆଯାଇଥିବାବେଳେ ଶନିବାର ୫୬ ପ୍ରହର ନାମଯଜ୍ଞ, ପଂଚକୁଣ୍ଡିୟ ଘୃତ ଯଜ୍ଞ ଆରମ୍ଭ ସହ ମହୋତ୍ସବର ଶୁଭାରମ୍ଭ ହୋଇଥିଲା।

Omkar Vasthu
Omkar Vasthu

ପାତାଳି ଟ୍ରଷ୍ଟର ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ଅଧ୍ୟାପକ ସୌରଭ ଖମାରୀ ମୁଖ୍ୟବକ୍ତା, ଉଲୁଣ୍ଡା ବିଡ଼ିଓ ନୀଳାମ୍ବର ମହାନନ୍ଦ, ଉଲୁଣ୍ଡା ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଲେଖକ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଲିଖିତ ପୁସ୍ତକ ‘ପାତାଳି ପରିକ୍ରମା’ ପ୍ରଥମ ଖଣ୍ଡର ଶୁଭ ଉନ୍ମୋଚନ ହୋଇଥିଲା।ପରେପରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସେହିପରି ରବିବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉଷା କୁମାରୀ, ଉପାଧ୍ୟକ୍ଷ ରୁଦ୍ରକିଶୋର ମହଲା ଓ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ଅତିଥି ଭାବରେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ସଭା ପରେ ବୀରମହାରାଜପୁର ଗାୟତ୍ରୀ ଆବାସିକ ଶିକ୍ଷାନିକେତନ, ସିଂଢୋଲ ଓ ସୁବଳୟ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଓ କୋଟସମଲାଇ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିବା ବେଳେ ସୋମବାର ସନ୍ଧ୍ୟାରେ ଦଣ୍ଡ ସମ୍ରାଟ ରସିକ ସାହୁ ଓ ସାଥୀଙ୍କ ଦ୍ୱାରା ଦଣ୍ଡନୃତ୍ୟ ପରିବେଷଣ ହୋଇଥିଲା।ଏହି ମହୋତ୍ସବର ପଂଚକୁଣ୍ଡିୟ ଘୃତ ଯଜ୍ଞରେ କର୍ତ୍ତା ଭାବରେ ଚମରା ଅମାତ, ଗୋପାଳ ପଣ୍ଡା, ନରସିଂହ ପଧାନ, ସତ୍ୟାନନ୍ଦ ମେଂଡ଼ିଲି, ନାରାୟଣ ତ୍ରିପାଠୀ ଦାୟିତ୍ୱ ତୁଲାଉଛନ୍ତି। ଏହି ଉତ୍ସବରେ ପୁରୀ ରାମଜୀ ମଠର ମଠାଧୀଶ ବଂଶୀଧର ଦାସଜୀ ମହାରାଜ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଛନ୍ତି ।

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.