କୋକସରା/ଧର୍ମଗଡ,୧୭/୫: କରୋନା ମହାମାରୀ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନର ଗରୀବ ଅସହାୟ ପରିବାରକୁ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସହଯୋଗ କରି ନିଜର ସେବାକାର୍ଯ୍ୟ ଜାରି ରଖିଛି। ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ମାର୍ଗଦର୍ଶନରେ ଜିଲ୍ଲା ଯୁବ ଯାଦବର କର୍ମକର୍ତ୍ତା ମାନେ ଜିଲ୍ଲା ର ବିଭିନ୍ନ ଗ୍ରାମକୁ ଯାଇ ଗରିବ ଅସହାୟ ପରିବାର ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇ ଚାଲିଛନ୍ତି। ଏହି କ୍ରମରେ ଆଜି ଜିଲ୍ଲା ଯୁବ ଯାଦବ ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଂଚାୟତର କାଦୋମାଳ ଗାଁରେ ପହଂଚି ସୁନ୍ଦର ହାତୀଙ୍କୁ ସାକ୍ଷାତ କରି ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି। ଏଥି ସହ ଯୁବ ଯାଦବ କର୍ମକର୍ତ୍ତା ମାନେ ତାଙ୍କୁ କିଛି ଅର୍ଥରାଶି ସହାୟତା ଦେବା ସହ ରାସନ୍ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ସୁନ୍ଦରଙ୍କ ସ୍ବାମୀ ଡମ୍ବୁଡା ହାତୀ ବର୍ଷେ ତଲେ କୈାଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ବିଧବା ସୁନ୍ଦର ୨ ପୁଅ ମନିରାମ ହାତୀ (୧୪), ଭବିଶ ହାତୀ (୧୧) ଓ ଶାଶୂ ରୋଦନା ହାତୀ ସହିତ ବହୁ କଷ୍ଟରେ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି। ଏମିତି କି ନିଜର ବୋଲି ଜମିବାଡ଼ି ମଧ୍ୟ କିଛି ନାହିଁ। ଫଳରେ ପର ଜମି ଡିହରେ ଘର କରି ବସବାସ କରୁଛନ୍ତି। ସୁନ୍ଦରକୁ ମିଳୁଥିବା ବିଧବା ଭତ୍ତା ଟଙ୍କା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳରେ ହିଁ ପରିବାର ବହୁ କଷ୍ଟ ରେ ଚାଲୁଥିବା ପ୍ରକାଶ କରିଛନ୍ତି।
ଏହି ଅସହାୟ ପରିବାରକୁ ସହାୟତା ପ୍ରଦାନ ସମୟରେ ପୂର୍ବତନ ଜିଲ୍ଳା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ, ଜିଲ୍ଲା ଯୁବ ଯାଦବ ମହାସଭା ଉପ-ସଭାପତି ଡାକେଶ୍ବର ଲହଜଲ, କୋକସରା ବ୍ଲକ ଯୁବ ଯାଦବ ସଭାପତି ସରତ ଚନ୍ଦ୍ର ରାଉତ, ହିରଣ୍ୟ ବେହେରା, ଅଭିମନ୍ୟୁ ଗୋପାଳ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ସଭାପତି ଲବଣୀ ରାଉତ, ସାଧାରଣ ସମ୍ପାଦକ କାର୍ତ୍ତିକ ଛତ୍ରୀଆ, ଜିଲ୍ଲା ଯୁବ ଯାଦବ ଗଣମାଧ୍ୟମ ସଂଯୋଜକ ଜଗଦୀଶ ଚନ୍ଦ୍ର ନାଏକ, ତୁଲାରାମ ବେହେରା ପ୍ରମୁଖ କର୍ମକର୍ତ୍ତା ସହ ସ୍ଥାନୀୟ ସମିତି ସଭ୍ୟ ସୁଭାଷ ବାଗ ଉପସ୍ଥିତ ରହିଥିଲେ। ଜିଲ୍ଲା ଯୁବ ଯାଦବ ମହାସଭା ର ଏହିପରି ସେବାକାର୍ଯ୍ୟକୁ ବିଭିନ୍ନ ମହଲରେ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି।