ମୁମ୍ବାଇରୁ ପାଦରେ ଚାଲି ଚାଲି ଫେରୁଥିଲେ ଓଡିଶା, ବାଟରେ ଟ୍ରକ ନେଇଗଲା ୨ ପ୍ରବାସୀ ଶ୍ରମିକଙ୍କ ଜୀବନ

ନୂଆପଡା/ମହାସମୁନ୍ଦ,୧୭/୫: ଛତିଶଗଡର ମହାସମୁନ୍ଦ ନିକଟରେ ଏକ ଟ୍ରକ ଦୁର୍ଘଟଣାରେ ୨ ଜଣ ପ୍ରବାସୀ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇ ଯାଇଛି । ଦୁର୍ଘଟଣା ପରେ ଦୁଇ ଶ୍ରମିକଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷିତ କରିଥିଲେ ।

ସୂଚନା ଯୋଗ୍ୟ ଯେ, ଗତ ୫ ଦିନ ହେବ ମହାରାଷ୍ଟ୍ର ମୁମ୍ବାଇ ସହରରୁ କିଛି ଓଡ଼ିଆ ପ୍ରବାସୀ ଶ୍ରମିକ ଓଡିଶା ଫେରୁ ଥିଲେ । ଗତକାଲି ବିଳମ୍ବିତ ରାତିରେ ମହାସମୁନ୍ଦ ନିକଟରେ ଶ୍ରମିକମାନେ ଚାଲି ଚାଲି ଫେରୁଥିବା ସମୟରେ ପଛ ପଟୁ ଗୋଟିଏ ଟ୍ରକ ଆସି ପିଟି ଦେବା ଫଳରେ ଶ୍ରମିକ ଦୁହେଁ ଗୁରୁତର ହୋଇ ପଡି ଥିଲେ ଓ ସେଠାରେ ଥିବା ଲୋକେ ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ଦୁଇ ମୃତ ଶ୍ରମିକ କଳାହାଣ୍ଡି ଜିଲ୍ଲା କେଗାଁ ଥାନା କୋମାରା ଗାଁର ବୈଷ୍ଣବ ପଟେଲ ଓ ଉପେନ୍ଦ୍ର ପଟେଲ ବୋଲି ସୂଚନା ମିଳୁଛି । ଦୁଇ ଶ୍ରମିକଙ୍କ ମୃତ ଦେହକୁ ବ୍ୟବଛେଦ ପରେ ତାଙ୍କ ଗାଁକୁ ପଠାଇଛି ମହାସମୁନ୍ଦ ଜିଲ୍ଲା ପ୍ରଶାସନ । ତେବେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଜଣେ ସାଙ୍ଗ ସମେତ ୫ ଜଣ ସାଙ୍ଗ ହୋଇ ଚାଲି ଚାଲି ମହାରାଷ୍ଟ୍ର ମୁମ୍ବାଇରୁ ନିଜ ଗାଁକୁ ଫେରୁ ଥିଲେ ବୋଲି ଜଣା ପଡିଛି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.