ପ୍ରଥମ ଲକ୍ ଡାଉନ ଘୋଷଣା ବେଳେ ଗୋଟା (୨/୩କେଜି) ଥିଲା ୧୦ ରୁ ୨୦ଟଙ୍କା, ଏବେ କେଜି ୨୫୦ ରୁ ୨୮୦
ସୁବର୍ଣ୍ଣପୁର,୨୭/୫: ସୋନପୁରରେ ଏବେ କୁକୁଡ଼ା ଦର ଆକାଶଛୁଆଁ ହୋଇଛି । ପ୍ରଥମ ଲକ୍ ଡାଉନ ଘୋଷଣା ବେଳେ ବ୍ରଏଲର କୁକୁଡ଼ା (୨/୩କେଜି) ଗୋଟାକୁ ୧୦ ରୁ ୨୦ଟଙ୍କାରେ ବିକ୍ରି ହେଉଥିଲା । ତେବେ ଲକ୍ ଡାଉନ ସାମାନ୍ୟ କୋହଳ ହୋଇଗଲା ପରେ ବ୍ରଏଲର କୁକୁଡ଼ା କେଜି ପ୍ରତି ୨୫୦ ରୁ ୨୮୦ ଟଙ୍କାକୁ ବଢ଼ିଗଲା । ଦେଶୀ କୁକୁଡ଼ା କଥା ନ କହିବା ଭଲ । ୪୦୦ ଟଙ୍କ ଦେଲେ ମଧ୍ୟ ଦେଶୀ କୁକୁଡ଼ା ମିଳୁନାହିଁ । ପ୍ରତ୍ୟେକ ପୁରପଲ୍ଲୀରେ ଆଳୁ, ପିଆଜ ପ୍ରତିବଦଳରେ ବ୍ରଏଲର କୁକୁଡ଼ା ମାଂସ ଶସ୍ତା ଥିଲା । କିନ୍ତୁ ବର୍ତ୍ତମାନ ତାହାର ବିପରିତ ହୋଇଛି । କିଛି ଯାଗା ରେ ଅଧିକ ଦାମ ଦେଲେ ମଧ୍ୟ ମିଳୁ ନ ଥିବା ଦେଖାଯାଇଛି ।