ବନ୍ଦେ ଉତ୍କଳ ଜନନୀ ଗାନ କରି କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କଲେ କଳାହାଣ୍ଡି ଜନତା

କଳାହାଣ୍ଡି,୩୦/୫ : ଆଜି ସନ୍ଧ୍ୟା ୫.୩୦ରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ସାରା ଓଡିଶାରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯାଇଛି । ସେହି କ୍ରମରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ, ଜୁନାଗଡ, କୋକସରା, ଜୟପାଟଣା, ଗୋଳାମୁଣ୍ଡା, ଥୁଆମୁଲ ରାମପୁର, ଲାଞ୍ଜିଗଡ, ନର୍ଲା, ମ.ରାମପୁର, କର୍ଲାମୁଣ୍ଡା, କେସିଙ୍ଗା, ଭବାନୀପାଟଣା ବ୍ଲକର ବିଭିନ୍ନ ପ୍ରାନ୍ତରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି ।

ବରଗାଁ ଟିଏମସି ସେଣ୍ଟରରେ ରୁପ୍ରାରୋଡ ସରପଞ୍ଚ ଚିତ୍ତ ରଞ୍ଜନ ରଣା, ସମିତି ସଭ୍ୟ କିଶୋର ଚନ୍ଦ୍ର ଭୋଇ, ଶିକ୍ଷକ, ଏଏନଏମ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ବିଲାଟ ଟିଏମସିରେ ଶିକ୍ଷକ ଅନାଦି ଚରଣ ଗିରିଙ୍କ ସହ ସଙ୍ଗରୋଧରେ ରହୁଥିବା ଅନ୍ତେବାସୀ ମାନେ ଯୋଗ ଦେଇଥିଲେ ।

ବୁଢିପଦର ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାକ୍ସି ସରପଞ୍ଚ ଚନ୍ଦ୍ରମାଁ ଧଙ୍ଗଡାମାଝୀ, ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ଧଙ୍ଗଡାମାଝୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଏଏସଜି ଗୃପ୍ ର ମହିଳାମାନେ ଉପସ୍ଥିତ ଥିଲେ ।

ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଦୁର୍ବାଦଳ ଭୋଇଙ୍କ ତତ୍ବାବଧାନରେ ସଂପାଦକ ମିଳନ ଭୋଇ, ଉପସଭାପତି ମିଳନ କୁମାର ଭୋଇଙ୍କ ସମେତ କ୍ଲବର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।

ସେହିପରି ଭାବରେ ନର୍ଲା ବଙ୍ଗଳା ଛକ, ଦୁର୍ଗା ମଣ୍ଡପ, ଥାନା ବ୍ଲକ କାର୍ଯ୍ୟାଳୟ, ଜୟଦୁର୍ଗା ହାଇସ୍କୁଲ, ବିଦ୍ୟୁତ ବିଭାଗ ଆଦି ଅନେକ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ କୋଭିଡ୍ ଯୋଦ୍ଧା ମାନଙ୍କୁ ଉତ୍ସାହିତ ତଥା ସମ୍ମାନ ପ୍ରଦର୍ଶନ କରାଯାଇଛି । ଏଥିରେ ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ, ଏସଡି ଓ ଦୀପକ ବେହେରାଙ୍କ ସମେତ ନର୍ଲାର ଯୁବ ସମାଜ ଓ ମହିଳା ମାନେ ଉପସ୍ଥିତ ଥିଲେ ।

ସେହିପରି ଭାବେ ଭବାନୀପାଟଣା ବ୍ଲକ ଚାନ୍ଦୋପଲା ଠାରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । କଲମ ଗ୍ରାମପଚାଂୟତର କୃଷି ସଂପ୍ରସାରଣ କର୍ମଚାରୀ କେଶନାଥ ଗହୀର ଓ କୃଷକ ସାଥି ଲିଗଂରାଜ ମାଝୀଙ୍କ ନେତୃତ୍ବରେ ଭବାନୀପାଟଣା ବ୍ଲକ ଚାନ୍ଦୋପଲା ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ଅନେକ କୃଷକ ମିଳିତ ଭାବେ ସାମାଜିକ ଦୁରତ୍ବ ରଖି ଗାନ କରିଥିଲେବ। ଏଭଳି ବିପତ୍ତି ସମୟରେ ଏହା ଉକ୍ତ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ପାଇଁ ସମ୍ମାନ ହେବ ବୋଲି ଏଥିରେ ମତପ୍ରକାଶ ପାଇଛି । ଏଥିରେ କୃଷକ ବୈଷ୍ଣବ ମାଝୀ, ଧର୍ମୁ ମାଝୀ, ମଧୂ ମାଝୀ, କୁରୁ ରଣା, ପୁରୁଷୋତ୍ତମ ରଣା, ଅଶ୍ବିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡିରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.