ରାୟଗଡ,୨୯/୬: ମହାମାରୀ କରୋନା ସଂକ୍ରମଣ ଯୋଗୁଁ ରାୟଗଡ ଜିଲ୍ଳାରେ ୩୯ଜଣଙ୍କ ଠାରେ ପଜିଟିଭ୍ ରିପୋର୍ଟ ଆସିଛି । ତେବେ ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବଳକା ୨୭ଜଣ ଚିକିତ୍ସିତ ହେଉଛନ୍ତି । ରାୟଗଡ ଜିଲ୍ଳାରୁ ଗତ ଜୁନ ୨୪ତାରିଖରେ ୨୮ତମ ପର୍ଯ୍ୟାୟରେ ୨୮୮ଜଣଙ୍କର ସ୍ୱାବ ନମୂନା ପରୀକ୍ଷା ନିମନ୍ତେ ଭୁବନେଶ୍ୱରସ୍ଥିତ ଆରଏମଆରସି କେନ୍ଦ୍ରକୁ ପଠାଯାଇଥିଲା । ସେଥିରୁ ଜଣଙ୍କ ରିପୋର୍ଟ ନାକଚ ହୋଇଥିବା ବେଳେ ଆଉ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ୨୮୬ଜଣ ରିପୋର୍ଟ ନେଗେଟିଭ୍ ଆସିଥିଲା । ସେହିପରି ରାୟଗଡ ଜିଲ୍ଳାରୁ ବର୍ତମାନ ସୁଦ୍ଧା ସମୁଦାୟ ୩୩୫୭ଜଣଙ୍କ ସ୍ୱାବ ନମୂନା ପରୀକ୍ଷା ନିମନ୍ତେ ପଠାଯାଇଥିବା ବେଳେ ସେଥିରୁ ଜଣଙ୍କ ରିପୋର୍ଟ ନାକଚ ହୋଇଛି ଏବଂ ୩୯ଜଣଙ୍କ ରିପୋର୍ଟ ପଜିଟିଭ୍ ବାହାରିଛି ଏବଂ ୩୩୧୮ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ପ୍ରଦାନ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in