ରାୟଗଡ ପୈାରାଂଚଳର ବିଭିନ୍ନ ସ୍ଥାନରୁ ହଟିଲା କନଟେଂଟମେଂଟ ଜୋନ
ରାୟଗଡ,୩/୮: ଆଦିବାସୀ ବହୁଳ ରାୟଗଡ ଜିଲ୍ଳାରେ ମହାମାରୀ କରୋନା ସଂକ୍ରମଣ ଗତ ଜୁନ ୩ତାରିଖରୁ ଆରମ୍ଭ ହେବା ପରେ ବର୍ତମାନ ଏହା ଜିଲ୍ଳାକୁ ବ୍ୟାପକ ଭାବେ ସଂକ୍ରମିତ କରିସାରିଛି । ଫଳରେ ୧୧୩୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ଏମାନଙ୍କ ମଧ୍ୟରୁ ୫୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୯୫ଜଣ ଜିଲ୍ଳାର ତାଡମା, ବିଷମକଟକ, ଗୁଣପୁର କୋଭିଡ କେୟାର ଓ ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଳାରେ ୧୦ଜଣଙ୍କ ମୁଣ୍ଡ ନେଲାଣି କରୋନା । ସୋମବାର ଦିନ ରାୟଗଡ ଜିଲ୍ଳାରୁ ୩୮ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ ପ୍ରକାଶ କରିଛନ୍ତି । ଏମାନଙ୍କ ମଧ୍ୟରେ ୨୮ଜଣ ପୁରୁଷ ଓ ୧୦ଜଣ ମହିଳା ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତ ୩୮ଜଣ ଆକ୍ରାନ୍ତ ରୋଗୀ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଛନ୍ତି । ସେହିପରି ୧୨ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଥିବା ବେଳେ ଆଇଏଲଆଇ/ସାରି ଲକ୍ଷଣ ରହିଥିବା ୨୨ଜଣ ଚିହ୍ନଟ ହୋଇଛନ୍ତି । ବିଶାଖାପାଟଣାମରୁ ଜଣେ ରୋଗୀ ଫେରିଥିବା ନେଇ ଗସ୍ତ ତଥ୍ୟ ରହିଛି । ଏହି ୩୮ଜଣ ପଜିଟିଭ୍ଙ୍କ ମଧ୍ୟରେ ଗୁଣପୁର ପୈାରାଂଚଳରୁ ୬ ଓ ଗ୍ରାମାଂଚଳରୁ ଜଣେ ଚିହ୍ନଟ ହୋଇଥିବା ବେଳେ ରାୟଗଡ ପୈାରାଂଚଳରୁ ୨୪, କୋଲନରା ବ୍ଳକରୁ ଜଣେ, ମୁନିଗୁଡାରୁ ୩, ରାମନାଗୁଡାରୁ ଜଣେ ଓ କାଶିପୁର ବ୍ଳକରୁ ୨ଜଣ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ଶ୍ରୀ ନାୟକ ପ୍ରକାଶ କରିଥିବା ବେଳେ ଏମାନଙ୍କ ମଧ୍ୟରେ ୧୦ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି ଏବଂ ଜିଲ୍ଳାରେ ସମୁଦାୟ ୧୯୨ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହେଲେଣି ।
ସେହିପରି ଗତ ଜୁଲାଇ ୧୪ତାରିଖରୁ ୨୩ତାରିଖ ମଧ୍ୟରେ ରାୟଗଡ ପୈାରାଚଂଳ ତଥା ସହରର ଇନ୍ଦିରା ନଗର ଷଷ୍ଠ ଲାଇନ, ଗାୟତ୍ରୀ ନଗର ୨ୟ ଲାଇନ, ସେକ୍ରେଡ ହାର୍ଟ ସ୍କୁଲ ନିକଟସ୍ଥ ଚର୍ଚ୍ଚ ଲାଇନ, ଡିଆରଡିଏ କ୍ୱାଟର୍ସ, ନେହେରୁ ନଗର ୩ୟ ଲାଇନରେ ଥିବା ଏମଏମଜି ଗ୍ରାଫିକ୍ସ, ଇନ୍ଦିରା ନଗର ଷଷ୍ଠ ଲାଇନର ମହର୍ଷି ବିଦ୍ୟାମନ୍ଦିର ନିକଟସ୍ଥ, ଡିଏଫଓ କଲୋନୀ ୪ର୍ଥ ଲାଇନ, ହୋଟେଲ କୈଳାସ ନିକଟସ୍ଥ ଏସ.ଆର.ଟାୱାର, ରାଣୀଗୁଡା ଫାର୍ମ ୨ୟ ଲାଇନ ତ୍ରିନାଥ ମନ୍ଦିର ଓ ହାଉସିଂ ବୋର୍ଡ କଲୋନୀରେ ଚିହ୍ନଟ ହୋଇଥିବା ପଜିଟିଭ୍ ଆକ୍ରାନ୍ତଙ୍କୁ ହୋମ କ୍ୱାରେନଟାଇନରେ ରଖିବାକୁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ କନଟେଂଟମେଂଟ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ସମସ୍ତ ପଜିଟିଭ୍ ସୁସ୍ଥ ହୋଇଥିବାରୁ ଏହି କନଟେଂଟମେଂଟ ଜୋନକୁ ପ୍ରତ୍ୟାହାର କରାଯାଇ ଉକ୍ତ ଅଂଚଳଗୁଡିକରେ ସବୁ ସ୍ୱାଭାବିକ କରାଯାଇଥିବା ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୧୯୫୧/୩/୮/୨୦ରେ ଜିଲ୍ଳାପାଳ ନିର୍ଦ୍ଦେଶ କରିଛନ୍ତି । ତେବେ ଏହି ସବୁ ଅଂଚଳରେ ପୂର୍ବପରି ଲକଡାଉନ ନିୟମ ବଳବତର ରହିବ ବୋଲି ଚିଠିରେ ଉଲ୍ଳେଖ ରହିଛି ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in