କୋଟପାଡ୍ ପ୍ରେସ କ୍ଲବ ଗଠିତ

ପଙ୍କଜ ପାତ୍ର ସଭାପତି, ଶଙ୍କର ପ୍ରସାଦ ସଂପାଦକ

କୋରାପୁଟ,୨୧/୧: କୋରାପୁଟ ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ବ୍ଲକ କୋଟପାଡ୍ ଠାରେ ବିଧିବଦ୍ଧ ଭାବେ ‘କୋଟପାଡ୍ ପ୍ରେସ କ୍ଲବ’ ଗଠିତ ହୋଇ ଯାଇଛି । ଆଜି ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏକାଠି ହୋଇ ଆନୁଷ୍ଠାନିକ ଭାବେ ଏହି ପ୍ରେସ କ୍ଲବ ଗଠନ କରିଥିଲେ । ଏଥିରେ ସର୍ବ ସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ପଙ୍କଜ କୁମାର ପାତ୍ର ସଭାପତି, କେ. ରାଜ ଶେଖର ରାଓ ଉପ ସଭାପତି, ଶଙ୍କର ପ୍ରସାଦ ପଣ୍ଡା ସଂପାଦକ, ସନାତନ ଦାସ ସହ ସଂପାଦକ, ଦେବୀ ପ୍ରସାଦ ପଣ୍ଡା କୋଷାଧ୍ୟକ୍ଷ ଓ ଉପଦେଷ୍ଟା ଭାବେ ମୁକ୍ତେଶ୍ବର ନାଏକ ମନୋନିତ ହୋଇଛନ୍ତି । ଏହାସହ ପ୍ରଦୀପ ବକ୍ସି, ବସନ୍ତ କୁମାର ପେଗଡୋ, ଉମେଶ ଚନ୍ଦ୍ର ମଲ୍ଲିକ, ଭବାନୀ ପ୍ରସାଦ ପାଢି, ଦାଉଦ୍ ମାଟା, ଖଗପତି ପାତ୍ର, ଜ୍ଞାନେନ୍ଦ୍ର ପଟ୍ଟନାୟକ ପ୍ରମଖ ସାମ୍ବାଦିକ ମାନେ ଏହି ପ୍ରେସ କ୍ଲବର କାର୍ଯ୍ୟକାରୀ ସଦସ୍ୟ ଅଛନ୍ତି । ବହୁ ପ୍ରତିକ୍ଷିତ କୋଟପାଡ୍ ପ୍ରେସ କ୍ଲବକୁ ଅଞ୍ଚଳର ବୁଦ୍ଧିଜିବୀ ତଥା ବିଭିନ୍ନ ମହଳରୁ  ସ୍ବାଗତ କରାଯାଇଛି ।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.