ଭୁବନେଶ୍ବର,୨୬/୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଉଣୀ ତଥା ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟା ପଦ୍ମଶ୍ରୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତକାଲି ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବା ପାଇଁ ଘୋଷଣା କରିଥିଲେ। ତେବେ ବିଦେଶରେ ରହୁଥିବା ଗୀତା ନ୍ୟୁୟର୍କରୁ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ କେନ୍ଦ୍ର ସରକାର ପଦ୍ମଶ୍ରୀ ପାଇଁ ତାଙ୍କୁ ଯୋଗ୍ୟ ଭାବିଥିବାରୁ ସେ ଅତ୍ୟନ୍ତ ଖୁସୀ। ତେବେ ଯେଉଁ ସମୟରେ ଏହି ପୁରସ୍କାର ଘୋଷଣା କରାଯାଇଛି ସେ ସମୟରେ ସେ ଏହି ପୁରସ୍କାରକୁ ଗ୍ରହଣ କରିବା ଉଚିତ ଭାବୁ ନାହାଁନ୍ତି। କାରଣ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସେ ଏହି ପୁରସ୍କାର ଗ୍ରହଣ କରିବା ଦ୍ବାରା ରାଜନୈତିକ କ୍ଷେତ୍ରରେ ଏକ ଭୁଲ ବାର୍ତ୍ତା ଯାଇପାରେ ବୋଲି ପ୍ରେସରେ କହିଛନ୍ତି। ପ୍ରକାଶ ଥାଉକି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପଦ୍ମ ପୁରସ୍କାର ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ଗୀତାଙ୍କୁ ଜଣେ ବିଦେଶୀ ଭାରତୀୟ ବୋଲି ଦର୍ଶାଯାଇଛି।ହେଲେ ଗୀତାଙ୍କ ଏବେ ବି ଭାରତୀୟ ନାଗରିକତ୍ବ ରହିଛି ଏବଂ ଭାରତୀୟ ପାସପୋର୍ଟରେ ସେ ବିଦେଶରେ ରହୁଛନ୍ତି। ଗୀତା ମେହେଟ୍ଟା ଜଣେ ଉଚ୍ଚକୋଟୀର ଲେଖିକା ଓ ବୃତ୍ତଚିତ୍ର ନିର୍ମାତା।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube