ରାୟଗଡା,୨୬/୧ : ରାୟଗଡା ଜିଲ୍ଲା ସଦର ମହକୁମାର ଜି.ସି.ଡି.ହାଇସ୍କୁଲ ପଡିଆ ଠାରେ ୭୦ତମ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଭବ୍ୟ ସମାରୋହରେ ଓଡିଶା ସରକାରଙ୍କ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ( ମାନ୍ୟବର ମନ୍ତ୍ରୀ(ସ୍ୱାଧିନ), ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ବିଭାଗ ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।
ଗଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିବାସହ ମାନ୍ୟବର ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସହ ବର୍ତମାନର କାଳିଆ ଓ ପିଠା ଯୋଜନା ସଂପର୍କରେ ସୂଚିତ କରି ସରକାର ରାୟଗଡା ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦେଉଥିବା ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି ।
ଏହାସହ ଚନ୍ଦ୍ରପୁର ଠାରେ ନୂତନ ଭାବେ ୧୩କୋଟି ଟଙ୍କା ବ୍ୟୟରେ ନିର୍ମିତ ୩୩/୧୧ କେ.ଭି. ପ୍ରାଇମେରୀ ସବ ଷ୍ଟେସନର ଶୁଭ ଉଦଘାଟନ କରିଥିଲେ କରିଥିଲେ ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା ।
ଏହି ଜିଲ୍ଲା ସ୍ଥରୀୟ ସାଧାରଣତନ୍ତ୍ର ଦିବସରେ ୩୪ଗୋଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ବେଳେ ୧୪ଟି ବିଭାଗର ସରକାରୀ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବାସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ପ୍ରତିଯୋଗି ମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଦ୍ୱାରା ସ୍ଥାନିୟ ସେବା ସମାଜ ଅନାଥାଶ୍ରମ , ସଦର ଚିକିତ୍ସାଳୟ, ଜିଲ୍ଲା କାରାଗାର, ସ୍ୱଧାର ଗୃହ ଓ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।
ଏଥିରେ ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଜିଲ୍ଲା ଏସ.ପି.ରାହୁଲ ପି.ଆର.ଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଜଣା ପଡିଛି ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗଉଡଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube