ଜୁନାଗଡ,୨୬/୧: ଆଜି ସାରା ଦେଶ ପାଳନ କରିଛି ଭାରତର ୭୦ତମ ଗଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ଯାଏଁ ଉତ୍ସବର ମାହୋଲ । ତ୍ରୀରଙ୍ଗା ପତାକା ତଳେ ଠିଆ ହୋଇ ଗର୍ବ ଅନୁଭବ କରୁଛନ୍ତି ଦେଶବାସୀ । କଳାହାଣ୍ଡି ଜିଲ୍ଲା ଜୁନାଗଡର ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନରେ ଫରଫର ହୋଇ ଉଡିଲା ତ୍ରୀରଙ୍ଗା । ଏହି ଜାତୀୟ ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛି ଜୁନାଗଡ ବିଜେପି ।
ଜାତୀୟ ପତାକା ସହ ଏକ ବାଇକ ରେଲିରେ ନଗର ପରିକ୍ରମା କରିଥିଲେ ଜୁନାଗଡ ବିଜେପି ଯୁବ ମୋର୍ଚାର କର୍ମୀ ଓ ନେତା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୋନଜ ମେହେରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ଟାଉନ ଓ ନିର୍ବାଚନ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତା ସହ ନଗର ସଭାପତି କାଳିନ୍ଦ୍ରୀ ଚରଣ ପାଣିଗ୍ରାହୀ, ନାନ୍ଦୁଲ ମଣ୍ଡଳ ସଭାପତି ଲକ୍ଷ୍ମୀ ନାରାୟଣ ବାଣୁଆ, ସମତି ସଭ୍ୟ ବିକାଶ ରଞ୍ଜନ ସରାଫ, ମଙ୍ଗଳୁ ନାଏକ ପ୍ରମୂଖ ଉପସ୍ଥିତ ଥିଲେ ।