ରାଜ୍ୟସ୍ତରୀୟ ଅନଲାଇନ ବ୍ୟଙ୍ଗ କବିତା ଆସର

▪️କବିତା ପାଠ ମାଧ୍ୟମରେ ୨୦୨୦କୁ ବିଦାୟ ଜଣାଇଲେ ସାହିତ୍ୟିକ କବି ବନ୍ଧୁ ପରିବାର

▪️ଆସରର ଗାରିମା ବଢାଇଲେ ବିଖ୍ୟାତ ବ୍ୟଙ୍ଗ କବି ଶ୍ରୀମାନ ସର୍ବଗିଳା

ବାଲେଶ୍ବର: ରବିବାର ସନ୍ଧ୍ୟାରେ ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ଏକ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଖ୍ୟାତ ବ୍ଯଙ୍ଗକବି ଶ୍ରୀମାନ ସର୍ବଗିଳା (ଶ୍ରୀଯୁକ୍ତ ରତ୍ନାକର ବେହେରା) ଉପସ୍ଥିତ ରହିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ପରେ, ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu


ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଓଡିଆ ମାନେ ବିନା କାରଣରେ ଓଡିଆ ଛାଡି ଇଂରାଜୀ ଭାଷା ପ୍ରତି ଆକୃଷ୍ଟ ନ ହେବା ପାଇଁ କ୍ଷୋଭ ପ୍ରକାଶ କରିଥିଲେ, ଖୁବ୍ ବ୍ୟଙ୍ଗ ପୂର୍ଣ ଶୈଳୀରେ ତାଙ୍କ ଚିରାଚରିତ ଉପସ୍ଥାପନା ଶୈଳୀରେ ହସାଇ ହସାଇ ବେଦମ୍ କରିଥିଲେ ଏବଂ କବିତା ଆସର ମଝିରେ ମଝିରେ ଖଟାମିଠା ପରିବେଷଣ କରି ଆସରକୁ ଜୀବନ୍ତ କରିଥିଲେ।
ଆସରର ଅନ୍ୟତମ ଅତିଥି ଭାବରେ ଶ୍ରୀଯୁକ୍ତ ଶିବାଶିଷ ମହାପାତ୍ର ତଥା ଡଃ କୁମାର ଗୋପାଳ ସାହିତ୍ୟର ଅଭିବୃଦ୍ଧି ନିମନ୍ତେ ସୁପରାମର୍ଶ ଦେଇଥିଲେ ତାଙ୍କ ଅଭିଭାଷଣ ମାଧ୍ୟମରେ।

Pearl dental clinic
Near Ashish Medical Store, Bhawanipatna


ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ ତଥା ସଂଯୋଜନାରେ ଥିଲେ ସଞ୍ଜୟ କୁମାର ସାହୁ । ଅନୁଷ୍ଠାନର ବଡଭାଇ ବିଶ୍ୱେଶ୍ୱର ମାଝୀ କବିତା ଗୁଡିକର ସଂକ୍ଷିପ୍ତ ସମୀକ୍ଷା କରି ସ୍ରଷ୍ଟାଗଣଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ଯ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦାସ ଶୃଙ୍ଖଳା ରକ୍ଷାର ଦାୟିତ୍ବ ନିର୍ବାହ କରିଥିଲେ ।

Udyog Nursery
Udyogi Nursery


ସାରା ରାଜ୍ୟର ସମସ୍ତ ପ୍ରାନ୍ତରରୁ ସାହିତ୍ୟିକ ମାନେ ଆଲୋଚନାରେ ଭାଗ ନେଇ ସେମାନଙ୍କ ଅଭିମତ ରଖିଥିଲେ । ଉକ୍ତ ସାନ୍ଧ୍ୟ ଆସରରେ ଯାଜପୁରରୁ ବିନୋଦିନୀ ଦାଶ, ଅମରନାଥ ବାରିକ, ବିନୟ କୁମାର ମହାପାତ୍ର, ସୁଶାନ୍ତ କୁମାର, ଭଦ୍ରକରୁ ଶୁଭ୍ରାଂଶୁ କୁମାର ମାହୁନ୍ତ, ବଲାଙ୍ଗୀରରୁ ବବୁନ କୁମାର ପୁରୋହିତ, କଟକରୁ ସଞ୍ଜୟ ସାହୁ, ବିଜୟ କୁମାର ସ୍ଵାଇଁ, ଗଜପତିରୁ ଗଗନ କୁମାର ଦାସ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ଵାଳ, ଭୁବନେଶ୍ୱରରୁ ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତି,

ଶ୍ରୀମତି ରେଖା ମହାପାତ୍ର, ଅନୁଗୁଳରୁ ନନ୍ଦନୀ ରାଉତ, ପୁରୀରୁ ବୈଜୟନ୍ତୀ ସାହୂ, ବାଲେଶ୍ବରରୁ ସ୍ନିଗ୍ଧା ସାମନ୍ତରାୟ,ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ପ୍ରଫୁଲ୍ଲ କୁମାର ଦାସ, ପ୍ରବୀର କୁମାର କମିଳା, ମୟୂରଭଞ୍ଜରୁ ଧିରେନ ବାଗ, ନବରଙ୍ଗପୁରରୁ ସାଗର ପରିଡ଼ା, କଟକରୁ ମନୋରମା ମହାପାତ୍ର, କଳାହାଣ୍ଡିରୁ କାହ୍ନୁ ଚରଣ ସାହୁ, ଗଞ୍ଜାମରୁ ଅଜିତ କୁମାର ମହାପାତ୍ର ପ୍ରମୁଖ କବି କବୟତ୍ରୀ ସେମାନଙ୍କ ନିଜସ୍ବ କବିତା ପାଠ କରି ୨୦୨୦ ମସିହାକୁ ବିଦାୟ ଜଣାଇ ଥିଲେ।


ଅତିଥି ମାନେ ଏ ଭଳି କାର୍ଯ୍ୟକ୍ରମ ଆୟୋଜନ ଦେଖି ଆନନ୍ଦିତ ହେବା ସହ ସାହିତ୍ୟିକ କବି ବନ୍ଧୁ ପରିବାରର ଉତ୍ତରୋତ୍ତର ଉନ୍ନତି କାମନାର୍ଥେ ଶୁଭବାର୍ତ୍ତା ପ୍ରଦାନ କରିଥିଲେ ଏବଂ ପରିବାର ସହ ସାହିତ୍ୟ କ୍ଷେତ୍ରରେ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.