ନର୍ଲା : କାର୍ଯ୍ୟରତ ସାମ୍ବାଦିକ ସଂଘ ଗଠିତ

କଳାହାଣ୍ଡି,୨୯/୧: ନର୍ଲା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି । ‘କାର୍ଯ୍ୟରତ ସାମ୍ବାଦିକ ସଂଘ, ନର୍ଲା’ ନାମରେ ଏହି ସଂଘ ବିଧିବଦ୍ଧ ଭାବେ ଘୋଷିତ ହୋଇଛି । ଏଥିରେ ସଭାପତି ଭାବେ ଲିଙ୍ଗରାଜ ମିଶ୍ର ଓ ସଂପାଦକ ଭାବେ ସୁନୀଲ କୁମାର ଧଙ୍ଗଡାମାଝୀ ନୂତନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଏହାସହ ସଂଘରେ ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ, ଅଭିରାମ ନନ୍ଦ, ନିରଞ୍ଜନ ଗଉଡ ଓ ପ୍ରେମଲାଲ ପଣ୍ଡା ପ୍ରମୂଖ ଅଛନ୍ତି ।

ଦିର୍ଘ ବର୍ଷ ଧରି ପ୍ରଗତିବାଦୀ ଖବର କାଗଜ ପ୍ରତିନିଧି ଭାବେ କାର୍ଯ୍ୟରତ ଲିଙ୍ଗରାଜ ମିଶ୍ର ନର୍ଲା ବ୍ଲକର ବିଭିନ୍ନ ସମସ୍ୟା, ସଭାସମିତି, କାର୍ଯ୍ୟକ୍ରମକୁ ପ୍ରାୟ ପ୍ରତିଦିନ ତାଙ୍କ ସମ୍ବାଦପତ୍ରରେ ଉପସ୍ଥାପିତ କରିଥାନ୍ତି । ଜଣେ ନିର୍ଭିକ ସାମ୍ବାଦିକ ଭାବେ ଜିଲ୍ଲା ତଥା ରାଜ୍ୟରେ ତାଙ୍କର ସୁକ୍ଷାତି ରହିଛି । ଏହା ସହ ଜଣେ ବିଶିଷ୍ଟ ମଞ୍ଚ ଉପସ୍ଥାପକ ଭାବେ ଅଞ୍ଚଳର ବିଭିନ୍ନ ସଭା ସମିତିରେ ଯୋଗ ଦେଇ ଜନ ସଂପର୍କକୁ ପ୍ରାଧାନ୍ୟ ଦେଇଥାନ୍ତି । ନବ ଗଠିତ ‘କାର୍ଯ୍ୟରତ ସାମ୍ବାଦିକ ସଂଘ’ ସଭାପତି ଭାବେ ସେ ବର୍ତମାନ ଅବସ୍ଥାପିତ ହୋଇ ସାମ୍ବାଦିକଙ୍କ ବୃହତ୍ତର ସ୍ବାର୍ଥ ପାଇଁ କାର୍ଯ୍ୟ କରିବାକୁ ପ୍ରତିଶୃତି ବଦ୍ଧ ।

ସଂଘର ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଜଣେ ସାଲିସ ବିହିନ ସାମ୍ବାଦିକ ଭାବେ ସାରା ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅନେକ ଅନୁଷ୍ଠାନ ଦ୍ବାରା ସମ୍ବର୍ଧିତ ହୋଇଛନ୍ତି । ସଂଚାର ଖବର କାଗଜର ପ୍ରତିନିଧି ଥିବାସହ ସେ ବର୍ତମାନ ଓଡିଆ ବାର୍ତ୍ତା ନିଉଜ୍ ପୋର୍ଟାଲର ସଂପାଦକ ଭାବେ କାର୍ଯ୍ୟ ସଂପାଦନ କରି ଆସୁଛନ୍ତି । ଲୋକ ସଂସ୍କୃତି ଗବେଷଣା କ୍ଷେତ୍ରରେ ତାଙ୍କର ଅନେକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ବିଶେଷ ପାଠକିୟ ଆଦୃତି ଲାଭ କରିପାରିଛି । ଏହା ସହ ପଶ୍ଚିମ ଓଡିଶାର ଲୋକନୃତ୍ୟ ଓ ଲୋକଗୀତର ସଂରକ୍ଷଣ ଦିଗରେ ତାଙ୍କର ବିଶେଷ ଅବଦାନ ରହିଛି ।

୨୦୦୭ରୁ ସମାଜ ପ୍ରତିନିଧି ଭାବେ କାର୍ଯ୍ୟରତ ମନୋଜ କୁମାର ଷଡଙ୍ଗୀ ନିଚ୍ଛକ ସମ୍ବାଦ ପରିବେଷଣ କ୍ଷେତ୍ରରେ ଏକ ଦିପ୍ତିମନ୍ତ ପତ୍ରକାର ଭାବେ ସୁପରିଚିତ । ତାଙ୍କର ପ୍ରତିଟି ଖବର ସାଧାରଣ ଜନତାର ଅନ୍ତଶ୍ବର ହୋଇ ପରିପ୍ରକାଶ ଲାଭ କରିଥାଏ । ଉତ୍ତମ ଖବର ପରିବେଷଣ ପାଇଁ ଜିଲ୍ଲା ତଥା ରାଜ୍ୟରେ ତାଙ୍କର ସୁଖ୍ୟାତି ରହିଛି ଓ ସେ ଅନେକ ଅନୁଷ୍ଠାନ/ସଂଘ ଦ୍ବାରା ସମ୍ମାନିତ ହୋଇଛନ୍ତି । ନିଆରା ସାମ୍ବାଦିକତା ଶୈଳୀ ସହ ଜଣେ କବି, ସାହିତ୍ୟିକ, ଉତ୍ତମ ବକ୍ତା ଓ ପଣ୍ଡିତ ଭାବରେ ତାଙ୍କର ସ୍ବତନ୍ତ୍ର ପରିଚିତି ରହିଛି ।

ନର୍ଲା ସମ୍ବାଦ ପ୍ରତିନିଧି ଅଭିରାମ ନନ୍ଦ ଜଣେ ସାମ୍ବାଦିକ ହେବାସହ  ବିଶିଷ୍ଟ ସଂଗଠକ ଭାବେ କଳାହାଣ୍ଡି ଜିଲ୍ଲା ସହ ସାରା ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସାଧାରଣ ଜନତାର ହକ୍ ପାଇଁ ସେ ସର୍ବଦା ପ୍ରୟାସ ରତ । ଅମ୍ବେଦକର ସଂଘ,କଳାହାଣ୍ଡି ଜିଲ୍ଲାର ଉପ ସଭାପତି  ଭାବେ ସେ ସମାଜର ଦଳିତ ଶ୍ରେଣୀର ସ୍ବର ଭାବେ ଅନ୍ୟାୟ ବିରୁଦ୍ଧରେ କାର୍ଯ୍ୟକରି ଜନପ୍ରିୟ ହୋଇ ପାରିଛନ୍ତି ।

ସାମ୍ବାଦିକ ନିରଞ୍ଜନ ଗଉଡ (ବୁଲୁ) ୨୦୦୦ ମସିହାରୁ ସାମ୍ବାଦିକତା ଆରମ୍ଭ କରି ବିଭିନ୍ନ ପତ୍ରପତ୍ରିକାରେ କାର୍ଯ୍ୟକରି ବର୍ତମାନ ଓଡିଶା ଭାସ୍କର ପ୍ରତିନିଧି ଓ ଓଡିଆ ବାର୍ତ୍ତାର ସ୍ବତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟରତ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଓଡିଆରେ ସ୍ନାତକୋତ୍ତର କରିଥିବା ନିରଞ୍ଜନ ସାମ୍ବାଦିକତା ସହ ଜଣେ ମଞ୍ଚ ଉପସ୍ଥାପକ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ନୂତନ ପିଢିର ସାମ୍ବାଦିକ ପ୍ରେମଲାଲ ପଣ୍ଡା ଲାଇଫ୍ ଓଡିଶା ସହ ଧରିତ୍ରୀ ଖବର କାଗଜରେ କାର୍ଯ୍ୟକରି ବର୍ତମାନ କଳିଙ୍ଗ ଟିଭି ପ୍ରତିନିଧି ଭାବେ କାର୍ଯ୍ୟରତ ଏହା ସହ ଜଣେ କର୍ମକାଣ୍ଡ ବିତ୍ ତଥା ବିଶିଷ୍ଟ ଜ୍ୟୋତିଷ ଭାବରେ ତାଙ୍କର ସ୍ବତନ୍ତ୍ର ପରିଚିତି ରହିଛି ।

ବର୍ତମାନ ନର୍ଲା ବ୍ଲକ ତଥା ନର୍ଲା ନିର୍ବାଚନ ମଣ୍ଡଳୀରେ ସାମ୍ବାଦିକତା ସଂକଟମୟ ସ୍ଥିତି ମଧ୍ୟଦେଇ ଗତିକରୁଛି । ଅନେକ ବ୍ୟକ୍ତି ପ୍ରେସ କାର୍ଡ ହାତେଇ ଖବର ପରିବେଷଣ ନକରିବା ସହ ସାମ୍ବାଦିକତାର ପରମ କର୍ତବ୍ୟକୁ ଭୂଲି ଯାଉଛନ୍ତି । ଏପରି ସ୍ଥିତିରେ  କାର୍ଯ୍ୟରତ ସାମ୍ବାଦିକ ମାନେ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ତେଣୁ ଖବର ପ୍ରସାରଣ କରୁଥିବା ପ୍ରକୃତ କାର୍ଯ୍ୟରତ ସାମ୍ବାଦିକ ମାନେ ସଂଗଠିତ ହେବା ଜରୁରୀ ଥିଲା ବୋଲି ‘କାର୍ଯ୍ୟରତ ସାମ୍ବାଦିକ ସଂଘ’ ରୁ ମତ ପ୍ରକାଶ ପାଇଛି ।

ସୁସଂଗଠିତ ଭାବରେ ସାଧାରଣ ଜନତାଙ୍କ ସମସ୍ୟା ଲୋକଲୋଚନକୁ ଆଣିବା ସହ ଏହାର ସମାଧାନର ପନ୍ଥା ବାହାର କରିବା, ଉତ୍ତମ ଜନସଂପର୍କ ଓ ସାମ୍ବାଦିକତାର ଧର୍ମ ପାଳନ ଏଇ ସଂଘର ମୂଳ ଲକ୍ଷ ବୋଲି ନବନିର୍ବାଚିତ ସଭାପତି ଲିଙ୍ଗରାଜ ମିଶ୍ର ମତ ପ୍ରକାଶ କରିଛନ୍ତି ।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.