ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ କବିତା : ଜୟନ୍ତ ଯାହା ଜାଣେ ନାଇଁ

ଅନେକ ଦିନ ତଳର କଥା:
ମାଆ ପଚାରିଥିଲା ସେଦିନ-
କିଏରେ ସେ ?
କାହା ସଙ୍ଗେ କଥା ହଉଥିଲୁ ?
ଉତ୍ତର ଦେଲି, କଲେଜର ପୁରୁଣା ସାଙ୍ଗଟିଏ
ଅନେକ ଦିନ ହବ ଦେଖା ହେଇ ନାଇଁ ତ !
ଖ୍ରୀଷ୍ଟାନ ?
ନାଇଁ, ହିନ୍ଦୁ ପିଲାଟି।

Omkar Vasthu
Omkar Vasthu

କାହିଁକି କେଜାଣି
ମାଆ ମୁହଁ ମୋଡ଼ିଦେଇଥିଲା।
ମାଆର ସେ ମୁହଁ ମନେ ରହିଚି ସବୁବେଳେ।
ହାଣ୍ଡିରେ ଫୁଟନ୍ତା ପାଣିରେ
ଜିଅନ୍ତା କଙ୍କଡ଼ା ଛାଡ଼ିଦେଲେ ଯେମିତି ଲାଗେ,
ସେମିତି: ହଠାତ୍‌ କଙ୍କଡ଼ା ଖୋଳ ନାଲି ହେଇଯାଏ।

Pearl dental clinic
Near Ashish Medical Store, Bhawanipatna

ନୀତିକଥାର ବୁଲାକୁକୁରଟିଏ
ଲାଞ୍ଜ ହଲାଉଥିଲା
ମୋ’ ପିଲାଦିନ ଭିତରେ।
ଆଜି ବି ସେଇ କଥା ହୁଏ।
ଆଉ ଚୁପ୍‌ଚାପ୍‌ ହେଇଗଲି ଛୁଞ୍ଚି ମୁନ ପରି
ସେ କ୍ଷତ କରିବାର ନୀରବତା
ଯାଉଥିଲା, ନା ବାଁକୁ, ନା ଡାହାଣକୁ
ନା ତଳକୁ ନା ଉପରକୁ।
କ’ଣ ବୁଝୁଥିଲି ମୁଁ ସେବେ କେଜାଣି
କିନ୍ତୁ ଧୀରେ ଧୀରେ ଆରମ୍ଭ ହେଲା ମନରେ ମୋ’ର
ନିଜ ଉପରେ ଏକ ଅଜଣା ସନ୍ଦେହ
ଆକାର ନଥିଲା ତା’ର
ଆଉ ବ୍ୟାପିବାକୁ ଚାଲିଲା ଝାପ୍‌ସା ଦୋଷ କେମିତି ଗୋଟିଏ।

Udyog Nursery
Udyogi Nursery

ଆଜି ଲାଗେ
ସେଦିନ ଗୋଟିଏ ମୁହୂର୍ତ୍ତରେ ଦେଖା ଦେଲା
ମାଆର ନିନ୍ଦିତ ଅଗଣା
ଆଉ ସେଇ ଧ୍ବଂସ ହେଇ ପଡ଼ିଥିବା ଦୁର୍ଗ
ଆଉ ମୋ’ ପରି କେତେଜଣ
ବଡ଼ ହେଲୁ ଦୁନିଆରେ ବୟସରେ ଅନୁଭୂତିରେ
କେମିତି ଦୋଷୀ ମନୋଭାବ ଧରି-

ଆଜି ମୋ’ ପରି ମୁଁ
ଘରେ ବସି ଗପବହି ଖବରକାଗଜ ପଢ଼ିଲି
ଗୀତ ଗାଇ ଧର୍ମ କଥା କିଛି ନ ଭାବି
ସୁନ୍ଦର ଝିଅଙ୍କ ଆଖିର ଧର୍ମରେ ଭାସିଲି୤
କିନ୍ତୁ ଜୁଆଖେଳ ପରି
ଜୀବନ ମୋ’ର ନଥିଲା ଭୟାବହ,
ନିରାପଦ ଥିଲା ଜୀବନ
ଧର୍ମକୁ ନେଇ ଜୁଆ କେବେ ଖେଳୁନଥିଲି,
ଧର୍ମ ଥିଲା ମୋ’ ମନରେ
ଅବୁଝା ଜହ୍ନରାତିଟି ପରି
ବୁଝୁନଥିଲି କାହିଁକି
ସେଇ ଜହ୍ନରାତିରେ କେତେ ଲୋକ
ଧର୍ମଗ୍ରନ୍ଥ ପୋଡ଼ି ନାଚିଚାଲିଥିଲେ।

କାହିଁକି କେଜାଣି
ସେଦିନ ମାଆ ମୁହଁ ମୋଡ଼ିଦେଇଥିଲା,
କାହିଁକି କେଜାଣି
ଆଜି ବନ୍ଧୁ ଜଣେ ମୁହଁ ମୋଡ଼ିଦେଲେ
ମତେ ପଚାରି:
ଆପଣ କ’ଣ ଖ୍ରୀଷ୍ଟାନ୍?
ଜୟନ୍ତ ଜାଣେ ନାଇଁ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.