ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ସ୍ଥିତି ପରଖିଲେ ତହସିଲଦାର

ରାମନାଗୁଡା, (ଦିଲୀପ କୁମାର ପଣ୍ଡା): କୋଟିଆ ଅଞ୍ଚଳ ସୀମାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଆନ୍ଧ୍ର ପ୍ରଦେଶର ଏଭଳି କାରସାଦିକୁ ନେଇ ଏବେ ଓଡ଼ିଶାରେ ଚର୍ଚ୍ଚା ଲାଗିରହିଛି ।ଏପରି ସ୍ଥଳେ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ବିବାଦ ଦେଖାଦେବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦେଖାଦେଇଛି ତତ୍ପରତା। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିକଟବର୍ତ୍ତୀ କାଟିକି ନିକଟରେ ଆନ୍ଧ୍ର-ଓଡିଶା ସୀମାନ୍ତରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ତହସିଲଦାର।

Omkar Vasthu
Omkar Vasthu


ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଇଥିବା ଅଞ୍ଚଳ ବୁଲିଦେଖିବା ସହ ଲୋକଙ୍କୁ କୈଣସି ସ୍ବତ୍ତେ ଆନ୍ଧ୍ର ସହିତ ନମିଶିବା ପାଇଁ ଅନୁରୋଧ କରିଛନ୍ତି। ସେହିପରି ଆନ୍ଧ୍ର ସୀମାବର୍ତ୍ତୀ ସୀମା ନିର୍ଦ୍ଧାରଣ ସ୍ଥାନ ପରିଦର୍ଶନ କରି ଲୋକଙ୍କ ବିଭିନ୍ନ ସମସ୍ୟା ଆଦି ସଂପର୍କରେ ଆଲୋଚନା କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ସେହିପରି ରାମନାଗୁଡା ତହସିଲ ପକ୍ଷରୁ ସେଟେଲମେଣ୍ଟ ମ୍ୟାପ ସାହାଯ୍ୟରେ ସୀମା ଅଞ୍ଚଳ ଆଦି କର୍ମଚାରୀ ମାନେ ବୁଲି ସୀମା ନିର୍ଦ୍ଧାରଣ କରିଛନ୍ତି।ସେହିପରି ସ୍ଥାନୀୟ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଆଦି ସଂପର୍କରେ ପଚାରି ବୁଝିଛନ୍ତି ଅନ୍ୟ ରାଜ୍ୟର ନିର୍ବାଚନରେ ସାମିଲ ନହେବା ପାଇଁ ଲୋକଙ୍କୁ ସଚେତନ କରିଥିବା ଜଣାପଡିଛି।

Udyog Nursery
Udyogi Nursery

ଆନ୍ଧ୍ରରେ ୧୩ତାରିଖରେ ପଞ୍ଚାୟତ ନିର୍ବାଚନ ଥିବାରୁ କୈଣସି ପରିସ୍ଥିତିରେ ଆନ୍ଧ୍ର ସୀମାନ୍ତରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ନହୁଏ ଏନେଇ କ୍ଷେତ୍ର କର୍ମଚାରୀଙ୍କ ଦାୟିତ୍ୱ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏହି ସମୟରେ ରାମଲତା ମାଣ୍ଡଙ୍ଗି, ନାରମା ଲିଙ୍ଗରାଜୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.