ମାଓବାଦୀ ଜାହିର କଲେ ଉପସ୍ଥିତି : ଜେସିବି ପୋଡ଼ିଲେ,ଗଛକାଟି ଅବରୋଧ କଲେ ରାସ୍ତା

ଅଂଚଳରେ ଭୟର ବାତାବରଣ

କଳାହାଣ୍ଡି,୩୧/୧: ମ.ରାମପୁର ଥାନା ଅନ୍ତର୍ଗତ ମ.ରାମପୁର-ଉର୍ଲାଦାନୀ ଜାତୀୟ ରାଜପଥ(୫୯)ର କେନ୍ଦୁଘାଟି ନିକଟରେ ଗତକାଲି ବିଳମ୍ବିତ ରାତି(ପ୍ରାୟ ୧ଟା ସମୟରେ) ଠିକା କମ୍ପାନୀ୍ ଏଆରଏସଏସର ନିର୍ମାଣାଧିନ ଏକ ପୋଲରେ ଥିବା ଜେସିବି ଗାଡ଼ି ପୋଡ଼ିଦେବା ସହ ଏକ ବିରାଟ ଗଛ କାଟି ରାସ୍ତା ଅବରୋଧ କରିଥିଲେ ଲାଲ୍ ବାହିନୀ । ଏଥିସହ ମାଓ ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଥିବା ଦେଖାଯାଇଥିଲା । ଆଜି ଦିନବେଳା ସେହିରାସ୍ତ ଦେଇ ଭୁବନେଶ୍ୱରରୁ ଆସୁଥିବା ବସର ଚାଳକ ତଥା ଲୋକେ ଉକ୍ତ ରାସ୍ତାରୁ ଗଛ ହଟାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହେଇଥିଲା ।

Omkar Vasthu
Omkar Vasthu

ଏଠାରେ କେକେବିଏନ୍ ଡ଼ିଭଜନ୍ ୱାଲ(କାନ୍ଥ)ପତ୍ରିକା ବିଳ୍ୱବୀ ଡ଼େଙ୍ଗୁରା ଅଙ୍କ ତିନି ମାସିକ ୨୦୧୯ ଜାନୁଆରୀ ୧୨ରୁ ଫେବୃୟାରୀ୧୨ ପର୍ଯ୍ୟନ୍ତ)କେକେବିଏନ୍ ଡ଼ିଭିଜନରେ ପିଏଲଜିଏର ପ୍ରତିରୋଧ ପତ୍ରିକାରେ ପୋଲିସ ଖବର ଦାତା ରବି କଅଁରକୁ ମୃତ୍ୟୁ ଦଣ୍ଡ,କେକେବିଏନ୍ ଡ଼ିଭିଜନ ଭିତରେ ପୋଲିସ ଗୁଇନ୍ଦା ଓ ଖବରଦାତା କାମ କରୁଥିବା କିଛି ବ୍ୟକ୍ତିଙ୍କ୍ ନାମ(ଗୋଲାମୀ ଛାଡ଼ି ସୁଖୀ ଜୀବନ ଜୀଇଁ,ଟଙ୍କା ବଡ଼ ନା ଜୀବନ ବଡ଼),ରାଜନୀତିର କିଛି ଝଲକ ସହ ଏଥିରେ ମାଓବାଦୀମାନେ ସହିଦ ସପ୍ତାହକୁ ତଥା ଆଜିର ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦେବା ସହ ରାଜ୍ୟର ଜିଆରଏସ ସଂଘ ନେତୃତ୍ବରେ ଜିଲ୍ଲା ଓ ରାଜ୍ୟ କର୍ମଚାରୀ ସଂଘର ଆନ୍ଦୋଳନ ଓ ଅନଶନକୁ ମାଓବାଦୀ ସମର୍ଥନ କରୁଛି । ମୋଦିଙ୍କ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ, ଦଶ ପ୍ରତିଶତ ଆରକ୍ଷର ସମ୍ବଳିତ ଘୋଷଣା, କନ୍ଧମାଳ ଏସପି ର ଔଷଧ ବଦଳରେ ତାଟିଆ କାମୁଡ଼ିବା ନୀତି ବନ୍ଦ କରୁ ଉଲ୍ଲେଖଥିବା ସହ କିଛି ପୁଲିସ ଇନ୍ଫର୍ମରଙ୍କୁ ହତ୍ୟା କରାଯିବ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ରହିଛି ।

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନା ଯୋଗ୍ୟ ଯେ, ଗତ ସୋମବାର ରାତିରେ ଉର୍ଲାଦାନୀ ପଂଚାୟତର ଲାହାଡ଼ି ପିଡ଼େଲପଡ଼ାର ଅନୀଲ ମାଝୀ ନାମକ ଜଣେ ଯୁବକଙ୍କୁ ପୁଲିସ ଇନ୍ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଥିବାବେଳେ ଆଜି ଜେସିବି ପୋଡ଼ି ଘଟଣା ମ.ରାମପୁର ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ୪୦ଜଣ ସଶସ୍ତ୍ର ମାଓବାଦୀ କେନ୍ଦୁଘାଟି ମାଁ ବନଦୁର୍ଗା ମନ୍ଦିର ନିକଟରେ ଥିବା ତିନୋଟି ଜେସିବିକୁ ପୋଡ଼ିଦେବାର ଉଦ୍ୟମ କରୁଥିବାବେଳେ ଜଣଙ୍କ ଅନୁରୋଧକ୍ରମେ ସେଠାରେ ଲଙ୍କାକାଣ୍ଡ ନ କରି ନିକଟ କଙ୍କଡ଼ାନାଳରେ ଥିବା ଜେସିବିକୁ ପୋଡ଼ି ଦେଇଥିଲେ । ଏହାପରେ ମାଓବାଦାଦୀମାନେ ଜଙ୍ଗଲ ରାସ୍ତାଦେଇ ଚାଲିଯାଇଥିଲେ । ଆଜି ସକାଳେ ମ.ରାମପୁର ଆଇଆଇସି ରେଣୁକା ସୁନା ସଦଳବଳେ ଘଟଣାସ୍ଥଳରେ ପହଂଚି ମାଓ ବ୍ୟାନର ଓ ପୋଷ୍ଟର ଜବତ କରିଥିବା ଜଣାଯାଇଛି ।

Udyog Nursery
Udyogi Nursery

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ବର୍ଷ ହେଲା ମାଓବାଦୀମାନେ ମ.ରାମପୁରର ଆଭ୍ୟନ୍ତରିଣ ଇଲାକାରେ ନିଜର ପ୍ରଭାବ ବିସ୍ତାର କରିଚାଲିଥିବାବେଳ ସିଆରପିଏଫ୍ କ୍ୟାମ୍ପ କିମ୍ବା ପୁଲିସକୁ ସେତେମାତ୍ରାରେ କିଛି ସଫଳତା ମିଳିନାହିଁ ମାଓ ଦମନରେ । ମ.ରାମପୁର ବ୍ଲକର ଉର୍ଲାଦାନୀ, ଲୁବେନଗଡ଼,ମୋହନଗିରୀ, ମାଣିକେରା, ଦେଢଶୂଳୀ ଆଦି ପଂଚାୟତବାସୀ ସବୁବେଳେ ଭୟରେ ଜୀବନଯାପନ କରୁଥିବା ଜଣାଯାଇଛି । ମାଓବାଦୀଙ୍କ ଲଙ୍କାକାଣ୍ଡକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରଛି ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.