ଅନ୍ଵେଷା ଯୋଜନାରେ ବ୍ୟାପକ ଅନିୟମିତତା

ନୂଆପଡା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ଅଭିଭାବକ

ନୂଆପଡା,୩୧/୧: ଅନସୂଚିତ ଜାତି ଓ ଜନଜାତି ବର୍ଗ ର ଛାତ୍ରଛାତ୍ରୀ ମାନଙ୍କୁ ଆବାସିକ ଇଂରାଜୀ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ଦେବା ପାଇଁ ରାଜ୍ୟ ସରକାର ଅନ୍ଵେଷା ଯୋଜନା କାର୍ଯ୍ୟକାରୀ କରି ଛନ୍ତି । ୨୦୧୬ ରୁ ନୂଆପଡା ଜିଲ୍ଲା ରେ ଏହି ଯୋଜନା ଆରମ୍ଭ ହୋଇ ବର୍ତମାନ ୭୫୦ ରୁ ଉର୍ଦ୍ଧ ଅନସୂଚିତ ଜାତି ଓ ଜନଜାତି ବର୍ଗ ର ଛାତ୍ରଛାତ୍ରୀ ଆବାସିକ ଶିକ୍ଷା ଗ୍ରହଣ କରୁଛନ୍ତି ।ଏହି ଯୋଜନା କୁ ସ୍ଥାନୀୟ କାଞ୍ଚନବେନ ରସିକଲାଲ ଚେରିଟେବଲ ଟ୍ରଷ୍ଟ ନାମକ ଏକ ଶିକ୍ଷା ଅନୁଷ୍ଠାନ ପରିଚାଳନା କରୁଛି । ଅଭିଭାବକଙ୍କ ଅଭିଯୋଗ ଅନୁସାରେ ବିଦ୍ୟାଳୟ ର କୌଣସି ନିଜସ୍ୱ ସୁବିଧା ନ ଥିବାରୁ ନେସନାଲ ହାଇସ୍କୁଲ, ଜୁନିଅର ସାଇନ୍ସ କଲେଜ, ଗୋପବନ୍ଧୁ ବିଦ୍ୟା ପୀଠ ଓ ଜ୍ଞାନଜ୍ୟୋତି ବିଦ୍ୟାଳୟ ପରିସରରେ ପିଲାଙ୍କୁ ରଖା ଯାଇଛି ।ଏଠାରୁ ପିଲାମାନେ ପ୍ରତେକ ଦିନ ସ୍କୁଲ ବସ ଯୋଗେ ଜ୍ଞାନଜ୍ୟୋତି ବିଦ୍ୟାଳୟକୁ ଆସି ପାଠ ପଢ଼ନ୍ତି ।ଟାନୱାଟ ସ୍ଥିତ ଜୁନିଅର ସାଇନ୍ସ କଲେଜ ରେ ରହୁ ଥିବା ପିଲାମାନଙ୍କୁ ବହୁତ ଅସୁବିଧା ର ସମ୍ମୁଖୀନ ହେବା କୁ ପଡୁଛି । ଏଠାରେ ମୋଟ ୧୦୦ ଜଣ ଛୋଟ ଛୋଟ ପିଲାମାନେ ରୁହନ୍ତି । ଏଠାରେ ପାଣି ର ସମସ୍ୟା ଅହରହ ରହି ଆସୁଛି । ପିଲାମାନେ ଦିନେ ଗାଧେଇଲେ ଅନ୍ୟ ଦିନ ଅଗାଧୁଆ ରହି ଯାଉଛନ୍ତି । ହଷ୍ଟେଲ ଭିତରେ ଥିବା ପାଇଖାନା ରୁ ଦୁର୍ଗନ୍ଧ ବାହାରୁଛି । ହଷ୍ଟେଲ ଜଗୁଆଳି ମାନେ ପିଲାଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ରାତ୍ରି ଜଗୁଆଳି ଷ୍ଟାଫ ନାହାନ୍ତି । ଏହି ପଦବୀ ତୁରନ୍ତ ପୁରଣ କରା ହେଉ ବୋଲି ଅବିଭାବକ ମାନେ ଦାବି କରିଆସୁଛନ୍ତି ।

ଅନ୍ବେଷା ଯୋଜନାରେ ପିଲାଙ୍କୁ ମୁକ୍ତ ଟିଉସନ ସୁବିଧା ଅଛି କିନ୍ତୁ ଏହା କାର୍ଯ୍ୟକାରୀ ହୋଇନି । ଏହି ଯୋଜନାରେ ପିଲାମାନେ ପ୍ରଥମରୁ ଚତୁର୍ଥ ପର୍ଯ୍ୟନ୍ତ ପଢ଼ି ଥାନ୍ତି କିନ୍ତୁ ଏଠିକାର ପିଲାମାନେ ମାତ୍ରା, ଯୁକ୍ତାକ୍ଷର ଶିକ୍ଷା ମଧ୍ୟ ଭଲ ଭାବରେ ଶିଖି ପାରି ନାହାନ୍ତି । ମଇଳା ଲୁଗା ପିନ୍ଧି ପିଲାମାନେ ସ୍କୁଲ ଯାଉ ଛନ୍ତି ସେଥିପାଇଁ ବାରମ୍ବାର ଝାଡା ବାନ୍ତି ତଥା ଚର୍ମ ରୋଗ ରେ ଆକ୍ରାନ୍ତ ହେଉଛନ୍ତି । ଏଠାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ମଧ୍ୟ ଦିଆ ଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏସବୁ ସମସ୍ୟା ର ସମାଧାନ କରୁ ବୋଲି ଦାବି କରିଛନ୍ତି ଅଭିଭାବକ । ଜିଲ୍ଲା ପ୍ରସାନନ ନିକଟରେ ଏସବୁ ଅଭିଯୋଗ ନେଇ ଜଗନ୍ନାଥ ଶବର, ଜଗତରାମ ବାଗ, ଉପେ ମାଝୀ, ଭୁବନେଶ୍ୱର ଶବର, ମାନସିଂହ ମାଝୀ, କାମଳ ସିଂ ହରିଜନ, ଅନୁପ ସିଂ ଶବର, ହେମକାନ୍ତ ସୁନାନୀ ପ୍ରମୁଖ ଅନେକ ଅବିଭାବକ ଉପସ୍ଥିତ ଥିଲେ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.