ଭାଲେଣ୍ଟାଇନ୍ସ ଡେ’ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି କିଛି ବର୍ଷ ହେଲା ଆମ ଦେଶରେ ଏହା ବେଶ୍ ପ୍ରଭାବ ବିସ୍ତାର କରିଛି। ତେବେ ଭାଲେଣ୍ଟାଇନ୍ସ ଡେ ସିନା ଗୋଟେ ଦିନ, ତାହା ପୂର୍ବରୁ ଆହୁରି ୬ଟି ଦିନକୁ ଲୋକେ ପାଳନ କରିଥାନ୍ତି। ପୂରା ୭ ଦିନ ଧରି ଏହି ଭାଲେଣ୍ଟାଇନ୍ ୱିକ୍ (ପ୍ରେମ ସପ୍ତାହ) ପାଳନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏଇ ସପ୍ତାହର ସମ୍ପୂର୍ଣ୍ଣ ବିବରଣୀ।
🌹ରୋଜ୍ ଡେ’ : ୭ ଫେବ୍ରୁଆରୀ
ନିଜ ପ୍ରେମକୁ ସାଥୀଙ୍କୁ ଜଣାଇବା ଲାଗି ଏହି ଭାଲେଣ୍ଟାଇନ୍ ୱିକ୍ର ଆରମ୍ଭ କରନ୍ତୁ ପ୍ରେମର ପ୍ରତୀକ ଗୋଲାପ ଫୁଲ ଅର୍ଥାତ୍ ରୋଜ୍ ଡେ’ ସହିତ। ଏହିଦିନ ପ୍ରେମର ଭାଷା ପାଲଟିଯାଏ ଗୋଲାପ ଫୁଲ। ପ୍ରେମ ପାଇଁ ଲାଲ, ଆଟାଚମେଣ୍ଟ ପାଇଁ ଗୋଲାପୀ, ବନ୍ଧୁତ୍ବ ସ୍ଥାପନ ପାଇଁ ହଳଦିଆ ଏବଂ ପୁନଃମିଳନ ପାଇଁ ଧଳା ରଙ୍ଗର ଗୋଲାପ ଫୁଲ ଦେଇ ନିଜ ମନ କଥା ସାଥୀଙ୍କ ପର୍ଯ୍ୟନ୍ତ ପହଞ୍ଚାନ୍ତୁ।
😍ପ୍ରପୋଜ ଡେ’ : ୮ ଫେବ୍ରୁଆରୀ
ରୋଜ୍ ଡେ’ ପରେ ପ୍ରେମର ରାସ୍ତାରେ ଆଉ ଗୋଟେ ପାଦ ବଢ଼ାଇବା ଲାଗି ୮ ଫେବ୍ରୁଆରୀରେ ସାଥୀଙ୍କୁ ନିଆରା ଢଙ୍ଗରେ ପ୍ରପୋଜ କରନ୍ତୁ। ଏପରି କିଛି କରନ୍ତୁ ଯାହା ଶୁଣିବା ପରେ ସାଥୀ ଆପଣଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରି ପାରିବେ ନାହିଁ।
🍫ଚକୋଲେଟ୍ ଡେ’ : ୯ ଫେବ୍ରୁଆରୀ
ପ୍ରେମ ଏପରି ଏକ ସମ୍ପର୍କ ଯେଉଁଥିରେ ଭୁଲ୍ରେ ଥରଟିଏ ତିକ୍ତତା ଆସିଗଲେ ସାରା ଜୀବନ ପାଇଁ ଆପଣଙ୍କୁ ଡିଷ୍ଟର୍ବ କରିବ। ନା ଆପଣ କିଛି କାମ କରିପାରିବେ, ନା ମଉଜ ମସ୍ତୀ କରିପାରିବେ। ତେଣୁ ଆପଣଙ୍କ ପ୍ରେମ କାହାଣୀରେ ସବୁବେଳେ ମିଠା ଭରି ରଖିବା ପାଇଁ ନିଜ ସାଥୀଙ୍କୁ ଚକୋଲେଟ୍ ଦିଅନ୍ତୁ। ଯେତେ ଚକୋଲେଟ୍ ତାଙ୍କୁ ଖୁଆଇବେ, ପ୍ରେମ ସେତିକି ବଢ଼ିବ।
🐻ଟେଡି ଡେ’ : ୧୦ ଫେବ୍ରୁଆରୀ
ପ୍ରେମ ସମ୍ପର୍କର ଉଷ୍ମତା ଏବଂ କ୍ୟୁଟ୍ନେସ୍ ସବୁବେଳେ ତାଜା ରଖିବା ଲାଗି ଏହି ଟେଡି ଡେ’ ପାଳନ କରାଯାଏ। ଝିଅମାନେ ଟେଡି ବହୁତ ପସନ୍ଦ କରନ୍ତି। ସଫ୍ଟ, ସୁନ୍ଦର ଟେଡି ଦେଇ ଝିଅଙ୍କ ମନ କିଣନ୍ତୁ। ଦେଖିବେ ସାଥୀ ନିମିଷକେ ମାନିଯିବେ।
👫ପ୍ରମିଜ୍ ଡେ’ : ୧୧ ଫେବ୍ରୁଆରୀ
ପ୍ରମିଜ୍ ଡେ’ ଅର୍ଥାତ ପ୍ରତିଶ୍ରୁତିର ଦିନ। ପ୍ରେମ ସମ୍ପର୍କରେ ବାସ୍ତବିକ ପ୍ରତିଶ୍ରୁତି ଉପରେ ବହୁତ କିଛି ନିର୍ଭର କରିଥାଏ। ପ୍ରତିଶ୍ରୁତି ପାଇଁ ସମ୍ପର୍କ ସୁଦୃଢ଼ ହୋଇଥାଏ। ଏହାଦ୍ବାରା ସାମ୍ନାବାଲାର ଆପଣଙ୍କ ଉପରେ ଭରସା ବଢ଼ିବା ସହ ଆପଣଙ୍କ ଗୁରୁତ୍ବ ଅନୁଭବ କରିପାରିବେ। ଯାହାଫଳରେ ସେ ମଧ୍ୟ ଆପଣଙ୍କୁ ସମାନ ଭାବେ ଭଲ ପାଇବେ।
🤗ହଗ୍ ଡେ’ : ୧୨ ଫେବ୍ରୁଆରୀ
ଯାଦୁ କୀ ଝପ୍ପି ବା ପ୍ରେମର ସହ ଆଲିଙ୍ଗନ ଅନେକ ସମସ୍ୟାର ସମାଧାନ ସହଜରେ କରିପାରେ। ଅନେକ ଗବେଷଣାରୁ ମଧ୍ୟ ଜଣାପଡ଼ିଛି ଯେ ଆଲିଙ୍ଗନ ସଞ୍ଜିବନୀ ଭଳି କାମ କରେ। ତେଣୁ ଆପଣ ମଧ୍ୟ ଆପଣଙ୍କ ଭାଲେଣ୍ଟାଇନ୍ଙ୍କୁ ପ୍ରେମର ସହ ଆଲିଙ୍ଗନ କରି ସମ୍ପର୍କକୁ ଆଗକୁ ବଢ଼ାନ୍ତୁ।
💋କିସ୍ ଡେ’ : ୧୩ ଫେବ୍ରୁଆରୀ
ଗୋଟିଏ କିସ୍ ବହୁତ କିଛି ଗୁରୁତ୍ବ ରଖିଥାଏ। କିସ୍ ଜରିଆରେ ହୃଦୟର କଥା ସିଧାସଳଖ ସାଥୀଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଥାଏ। ତେଣୁ ନିଜର ସାଥୀଙ୍କ ନିକଟରେ ହୃଦୟର କଥା ପହଞ୍ଚାଇବାକୁ ଚାହୁଛନ୍ତି ତେବେ ପାଳନ କରନ୍ତୁ ଏହି କିସ୍ ଡେ’।
💞ଭାଲେଣ୍ଟାଇନ୍ସ ଡେ’ : ୧୪ ଫେବ୍ରୁଆରୀ
ଏହି ସପ୍ତାହର ଶେଷ ଦିନ ହେଉଛି ଭାଲେଣ୍ଟାଇନ୍ସ ଡେ’। ଏହି ଦିନକୁ ମନଖୋଲି ଉପଭୋଗ କରନ୍ତୁ। ବିଶ୍ବରେ ପ୍ରେମ ଏବଂ ଶାନ୍ତିର ବାର୍ତ୍ତା ବାଣ୍ଟନ୍ତୁ।