ମୃତ ଦେବେନ୍ଦ୍ର ବାହାଲିଆଙ୍କ ପରିବାରକୁ ବରୀ ବ୍ଲକ ଯାଦବ ମହାସଭା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ଯାଜପୁର: ବରୀ ବ୍ଲକ ରମ୍ପା ଗ୍ରାମରେ ଘଟିଥିବା ମର୍ମନ୍ତୁଦ ହତ୍ୟାର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଦେବେନ୍ଦ୍ର ବାହାଲିଆଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛି ବରୀ ବ୍ଲକ ଯାଦବ ମହାସଭା। ଯାଜପୁର ଜିଲ୍ଲା ଯାଦବ ମହାସଭା ସଭାପତି ରାମଚନ୍ଦ୍ର ବେହେରା ଓ ସଂପାଦକ ଇଂ. ଆଲେକଜାଣ୍ଡାର ଦାସଙ୍କ ପରାମର୍ଶ କ୍ରମେ ବରୀ ବ୍ଲକ ଯାଦବ ମହାସଭା ସଭାପତି ବିପିନ ବିହାରୀ ଦାସ ଓ ଉପସଭାପତି ଦୀପ୍ତିମୟୀ ଦାସ ରମ୍ପା ଗ୍ରାମରେ ପହଞ୍ଚି ମୃତ ଦେବେନ୍ଦ୍ର ବାହାଲିଆଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ଏହାସହ ପ୍ରାଥମିକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମୃତକଙ୍କ ପରିବାରକୁ ୫ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି। ଆଗକୁ ମୃତକଙ୍କ ଦୁଇ ଝିଅଙ୍କ ଭବିଷ୍ୟତ ପାଇଁ ସହଯୋଗ ଜାରି ରହିବ ବୋଲି ଯୁବ ସଂଗଠକ ଇଂ. ମନୋଜ କୁମାର ଦାସ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.