କଳାହାଣ୍ଡି: ସାହିତ୍ୟ, ସଂସ୍କୃତି, ଶିକ୍ଷା ଭିର୍ତ୍ତିକ ୱେବ ଚାନେଲ ସୂର୍ଯ୍ୟକାନ୍ତି ଟିଭି ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଭାରତୀୟ କାବ୍ୟତତ୍ତ୍ୱ ଆଧାରିତ ଛନ୍ଦ, ଅଳଙ୍କାର, ରସ, ରୀତି, ଧ୍ୱନୀ, ଔଚିତ୍ୟ, ବକ୍ରୋକ୍ତି ଆଦି ପ୍ରସଙ୍ଗକୁ ନେଇ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହା ଗତ ମେ ୨୭ ରୁ ଆରମ୍ଭ ହୋଇ ଆଜି (ଜୁନ୍ ୪) ଏକ ସପ୍ତାହ ପରେ ଶେଷ ହୋଇଛି। ପ୍ରତ୍ୟେକ ଦିନ ସୂର୍ଯ୍ୟକାନ୍ତି ଟିଭିର ଉପସ୍ଥାପକ ଯୁଧିଷ୍ଠିର ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଆଲୋଚକ ଭାବେ ବିଶିଷ୍ଟ ସାହିତ୍ୟିକ, ଅଧ୍ୟାପକ ତଥା ଗବେଷକ ପରମେଶ୍ବର ମୁଣ୍ଡ ଯୋଗଦେଇ ପ୍ରସଙ୍ଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଦେଇଥିଲେ। ଏଥିରେ ଓଏସଓୟୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଖଡ଼ିଆଳ ମହାବିଦ୍ୟାଳୟ, ଟିଟିଲାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗୀର, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଶାନ୍ତି ନିକେତନ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ, ରେଭେନ୍ସା,ଉତ୍କଳ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ଭଳି ଓଡ଼ିଶାର କୋଣ ଅନୁକୋଣରୁ ଅନେକ ଛାତ୍ରଛାତ୍ରୀ ଓ ସାହିତ୍ୟ ପ୍ରେମୀ; ଗଜାନନ ମିଶ୍ର, କ୍ଷୀରୋଦ ବିଶ୍ୱାଳ, ମିନତୀ ପ୍ରଧାନ, ମଙ୍ଗୁଳୁ ପ୍ରଧାନ, ସୁରେନ୍ଦ୍ର ନାଗ, ନାହେଦା ସାହେନ, ବିରଞ୍ଚି ନାରାୟଣ ମୁଣ୍ଡ, ସ୍ନେହଳତା ଷଡ଼ଙ୍ଗୀ, ଲିପ୍ସାମୟୀ ଦୁବେ, ମୀନା ମୁଣ୍ଡ, ରତିନାରାୟଣ ରାଉତ, ଚତୁର୍ଭୁଜ ରଣା, ରେଣୁକା ଡାକୁଆ, କୃଷ୍ନା ମହାପାତ୍ର, ଭାର୍ଗବୀ ପାଣିଗ୍ରାହୀ, ଚାନ୍ଦିନୀ ପାତ୍ର, ନିଶା ଜେନା, ମମତା ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ପାଢ଼ୀ, ଜନ୍ମେଜୟ ରଣା, ରମାକାନ୍ତ ସିଂ ସାହାଣୀ, ତପନ ସାହୁ, କାହ୍ନୁ ଚରଣ ସାହୁ, ଅଶୁତୋଷ ପୁରୋହିତ, ପ୍ରୀତିମୟୀ ରଥ, ଡ଼ଃ ଗୀତାଶ୍ରୀ ପ୍ରିୟମ୍ବଦା ଆଦି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ସାବିତ୍ରୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବୈଷୟିକ ସହଯୋଗ କରିଥିଲେ ସୂର୍ଯ୍ୟକାନ୍ତି ଟିଭିର ଉପସ୍ଥାପକ ଦକ୍ଷ ସାହୁ ଓ କାଜଲ ମହାରଣା।