ଲାଞ୍ଜିରେ ୧୬୨ ଓ ବେନଗାଁରେ ୯୨ ଜଣ ନେଲେ କୋଭିଡ଼ ଟୀକା

●ପଞ୍ଚମ ଦିନରେ ସ୍ୱତନ୍ତ୍ର କୋଭିଡ଼ ଟୀକାକରଣ ଅଭିଯାନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର କୋଭିଡ ଟୀକାକରଣ ଅଭିଯାନ ଆଗେଇ ଚାଲିଥିବାବେଳେ ପଞ୍ଚମ ଦିନରେ ଲାଞ୍ଜି ଗ୍ରାମପଞ୍ଚାୟତରେ ରେକର୍ଡ ସଂଖ୍ୟକ ୧୬୨ ଜଣ କୋଭିଡ ଟୀକା ନେଇଥିବା ଜଣାପଡିଛି। ଲାଞ୍ଜି ଗ୍ରାମପଞ୍ଚାୟତର ଅନେକ ଗାଁ ଦୂରଦୁରାନ୍ତରରେ ଥିବାବେଳେ ଅଧିକାଂଶ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ତେବେ ବ୍ଲକ ପ୍ରଶାସନ, ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା, ସ୍ୱାସ୍ଥ୍ୟ ବିଭାଗ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଆଶା ଓ ଅଙ୍ଗନବାଡି କର୍ମୀ, ଓଡିଶା ଜୀବିକା ମିଶନର କର୍ମକର୍ତ୍ତାଙ୍କ ସହଯୋଗ ଲାଞ୍ଜି ଗ୍ରାମପଞ୍ଚାୟତରେ ଏହି ସଫଳତା ମିଳିଛି।

ସେହିପରି ବେନଗାଁ ଗ୍ରାମପଞ୍ଚାୟତରେ ମଧ୍ୟ ଅନେକ ଗାଁ ଦୁର୍ଗମାଞ୍ଚଳରେ ଥିବାବେଳେ ଶୁକ୍ରବାର ୯୨ ଜଣ କୋଭିଡ ଟୀକା ନେଇଛନ୍ତି। ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ମେଡିକାଲ ଅଫିସର ଡ଼ା. ଭବାନୀଶଙ୍କର ଲେଙ୍କାଙ୍କ ନେତୃତ୍ୱରେ ପରିଚାଳିତ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝୀ, ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ଲମ୍ବୋଦର ପ୍ରଧାନ, ଲାଞ୍ଜିଗଡ ସମ୍ବାଦ ପ୍ରତିନିଧି କ୍ଷମାନିଧି ମହାଖୁଡ, ଯୁବ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା, ସ୍ୱେଚ୍ଛାସେବୀ ସଂଗଠନ ଦାପ୍ତା,ସେବା ଜଗତ, ଜନସାହାଯ୍ୟ, ପ୍ରଦାନର କର୍ମକର୍ତ୍ତାଙ୍କ ସମେତ ଲାଞ୍ଜି ସରପଞ୍ଚ ବିଷୁ ଚରଣ ଭୋଇ, ଲାଞ୍ଜି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା, ଜିଆରଏସ୍ ସୁଧାଂଶୁ ଶେଖର ବାଗ, ଯୋଗାଣ ସହାୟକ ଭାଗ୍ୟବାନ ମଙ୍ଗରାଜ, ବନ୍ଧପାରି ସରପଞ୍ଚ ଫୁଲମେ ମାଝୀ, ବେନଗାଁ ସରପଞ୍ଚ ସୁକାନ୍ତି ମାଝୀ, ବେନଗାଁ ପଞ୍ଚାୟତ ନିର୍ବାହି ଅଧିକାରୀ ମନୋଜ ଶବର, ଜିଆରଏସ ପ୍ରମୋଦ ସାହୁ, ଲାଞ୍ଜିଗଡ଼ ବିଜେପି ମଣ୍ଡଳ ସଭାପତି ଭାଗିରଥି ଧଙ୍ଗଡାମାଝୀ, ଓଡିଶା ଜୀବିକା ମିଶନର କର୍ମକର୍ତ୍ତାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.