ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ପକ୍ଷରୁ ରକ୍ତଦାନ ଶିବିର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ରକ୍ତ ଭଣ୍ଡାରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସକ୍ରିୟ କର୍ମକର୍ତ୍ତା ଅଙ୍କିତ ଅଗ୍ରୱାଲଙ୍କ ୩୨ତମ ଜନ୍ମ ଦିବସ ଅବସରରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିରରେ ମୋଟ ୧୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।


ଉକ୍ତ ରକ୍ତ ଦାନ ଶିବିରରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡିର ନର୍ଲା ବ୍ଲକ କର୍ମକର୍ତ୍ତା ମିଲନ କୁମାର ଭୋଇ ଏବଂ ହେମସାଗର ସାହୁଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ଯୁବକମାନେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ। ଧର୍ମଗଡ଼ ଜୋନ ସଭାପତି ମୃତ୍ୟୁଞ୍ଜୟ ନାୟକ ଏବଂ ସମସ୍ତ କର୍ମକର୍ତ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଲକଡାଉନ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି। ଯଦ୍ୱାରା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ପକ୍ଷରୁ ଏପରି ରକ୍ତଦାନ ଶିବିରର ଆୟୋଜନ କରାଯାଇଥାଏ। ଯାହାକୁ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.