ଚନ୍ଦ୍ରପୁର ଏସଏସଡି ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା

● ରୋଷେଇ ଘର ଓ ଡାଇନିଂ ହଲ ନାହିଁ, ରୋଷେୟା ସହ ଛାତ୍ର ଅନ୍ତେବାସୀ ହନ୍ତସନ୍ତ

ରାୟଗଡ, (ଶିବ ନାରାୟଣ ଗୈାଡ): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ (ଏସଏସଡି) ବିଭାଗ ଅଧିନସ୍ଥ ରାୟଗଡ ଜିଲ୍ଳା ଚନ୍ଦ୍ରପୁର ବ୍ଳକ ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ରୋଷେଇ ଘର ଅବସ୍ଥା ବେହାଲ୍ ହୋଇ ପଡିଥିବା ବେଳେ ଡାଇନିଂ ହଲ୍‌ଟିଏ ନ ଥିବାରୁ ଛାତ୍ରାବାସର ଅନ୍ତେବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାନ ବାରଣ୍ଡା ଉପରେ ଭଙ୍ଗା ଟିଣ ତଳେ ରନ୍ଧା ହେଉଛି ଛାତ୍ରମାନଙ୍କ ପାଇଁ ଗରମ ରନ୍ଧାଖାଦ୍ୟ । ଏକ ପକ୍କା ରୋଷେଇ ଘର ନ ଥିବାରୁ ରୋଷେୟାମାନେ ମଧ୍ୟ ବଡ ଅସୁବିଧାରେ ଏହି ସ୍ଥାନରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ବିଶେଷ କରି ବର୍ଷା ଦିନେ ଏହି ସମସ୍ୟା ଆହୁରି ଦ୍ୱିଗୁଣିତ ହୋଇଯାଉଛି । ଫଳରେ ବିଦ୍ୟାଳୟ ପରିସରରେ ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ଛାତ୍ରଙ୍କୁ ସୁଷମ ପୁଷ୍ଟିକର ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଯୋଗାଇବା ରୋଷେୟାମାନଙ୍କ ପାଇଁ କଷ୍ଟକର ହେଉଥିବା ଜଣାପଡିଛି ।

Omkar Vasthu
Omkar Vasthu


ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହାଡିବନ୍ଧୁ ବ୍ରେକ୍‌ବେଡା ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ଜିଲ୍ଳା ମଙ୍ଗଳ ଅଧିକାରୀଙ୍କ ପର୍ଯ୍ୟନ୍ତ ଦୃଷ୍ଟି ଆର୍କଷଣ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳି ନ ଥିବା ସଭାପତି ଶ୍ରୀ ବ୍ରେକବେଡା ଅଭିଯୋଗ କରିଛନ୍ତି । ଉକ୍ତ ବିଦ୍ୟାଳୟରେ ୪୫୦ରୁ ଉର୍ଦ୍ଧ ଛାତ୍ରମାନେ ଅଧ୍ୟୟନରତ ଥିବା ବେଳେ ବିଦ୍ୟାଳୟରେ ମଂଜୁରୀ ପଦବୀ ଠାରୁ କମ ରୋଷେୟା ନିୟୋଜିତ ରହିଛନ୍ତି । ବର୍ତମାନ ୨ଜଣ ନିୟମିତ ଓ ୪ଜଣ ଚୁକ୍ତିଭିତିକ ରୋଷେୟା ଏହି ବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ଆହୁରି ୪ଜଣ ରୋଷେୟାର ଆବଶ୍ୟକ ରହୁଛି । ଗତ ଜୁଲାଇ ୨୬ତାରିଖରେ ଦଶମ ଶ୍ରେଣୀ ପାଠପଢା ଆରମ୍ଭ ହେବା ପରେ ବିଦ୍ୟାଳୟରେ ଥିବା ଦଶମ ଶ୍ରେଣୀର ୪୦ଜଣ ଛାତ୍ରମାନଙ୍କ ମଧ୍ୟରୁ ବର୍ତମାନ ୩୩ଜଣ ଛାତ୍ର ହଷ୍ଟେଲରେ ରହି ଅଧ୍ୟୟନ କରୁଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କୋଭିଡ-୧୯ଗାଇଡଲାଇନ ପ୍ରକାରେ ଗୋଟିଏ ପ୍ରକୋଷ୍ଠରେ ୮ଜଣ ଲେଖାଁଏ ଛାତ୍ର ସାମାଜିକ ଦୂରତା ବଜାୟ ରଖି ହଷ୍ଟେଲରେ ରହୁଛନ୍ତି । ତେବେ ଏହି ବିଦ୍ୟାଳୟରେ ପକ୍କା ରୋଷେଇ ଘର ଓ ଅନ୍ତେବାସୀଙ୍କ ପାଇଁ ଡାଇନିଂ ହଲ ସମସ୍ୟା ଦୀର୍ଘ ବର୍ଷରୁ ରହି ଆସୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ରୋଷେୟା ଓ ଛାତ୍ରଛାତ୍ରୀମାନେ ଅସୁବିଧା ଭୋଗ କରୁଥିବା ଅଭିଭାବକମାନେ ଚର୍ଚ୍ଚା କରୁଛନ୍ତି ।


ସରକାର ଏସଏସଡି ବିଭାଗରେ ଅଧ୍ୟୟନରତ ତଥା ଅନ୍ତେବାସୀ ଭାବେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ଓ ରୋଷେଇ ଘର ସହ ଡାଇନିଂ ହଲ ବ୍ୟବସ୍ଥା ପାଇଁ ଲକ୍ଷାଧିକ ଟଙ୍କାର ଅନୁଦାନ ପ୍ରଦାନ କରୁଥିବା ବେଳେ ଚନ୍ଦ୍ରପୁର ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟରେ ରୋଷେଇ ଘର ଓ ଡାଇନିଂ ହଲ ନ ଥିବା ମଙ୍ଗଳ ବିଭାଗର କାର୍ଯ୍ୟକାରିତାକୁ ପଦାରେ ପକାଉଛି । ସୂଚନା ପ୍ରକାର ଜିଲ୍ଳାର ବିଭିନ୍ନ ଏସଏସଡି ବିଭାଗ ଅର୍ନ୍ତଗତ ହଷ୍ଟେଲଗୁଡିକରେ ରୋଷେୟା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ଫାଇଲ ଜିଲ୍ଳା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଡି ରହିଥିବା ଜଣାପଡିଛି । ଏ ନେଇ ସରକାରଙ୍କ ପକ୍ଷରୁ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଆଗାମୀ ଦିନରେ ସଂପୂର୍ଣ୍ଣ ଭାବେ ବିଦ୍ୟାଳୟଗୁଡିକ ଖୋଲିଲେ ରୋଷେୟା ଅଭାବରୁ ଅନ୍ତେବାସୀମାନଙ୍କ ରନ୍ଧାଖାଦ୍ୟ ପ୍ରସ୍ତୁତି ଓ ଡାଇନିଂ ହଲ ନ ଥିବାରୁ ବାରଣ୍ଡାରେ ବସି ଖାଇବା ଭଳି ସମସ୍ୟା ପ୍ରଥମେ ମୁଣ୍ଡ ଟେକିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.