ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ରେଞ୍ଜର ମୂଷାନାଳ ସେକ୍ସନ ଅଧୀନରେ ଥିବା ମୂଷାନାଳ-ବିଜେପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ଧଡେଲ ଜଙ୍ଗଲ ନିକଟରେ ଏକ ବିଶାଳ ଶୁଖିଲା ଶାଳ ଗଛ ରାସ୍ତା ଉପରେ ପଡି ରହିଥିଲା।ଏଥିପାଇଁ ୧୮ ଘଣ୍ଟା ଧରି ରାସ୍ତାରେ ଯାତାୟାତ ଠପ୍ ହୋଇଥିଲା।ଗତକାଲି ରାତିରେ ରାସ୍ତାର ପାର୍ଶ୍ଵରେ ଥିବା ଶୁଖିଲା ଶାଳ ଗଛଟି ବର୍ଷା ଓ ସାମାନ୍ୟ ପବନ ଯୋଗୁଁ ରାସ୍ତା ଉପରେ ପଡିଯାଇଥିଲା। ଯାହା ଫଳରେ ଘାଟି ଅଞ୍ଚଳରେ ଥିବା ୫ଟି ପଞ୍ଚାୟତ ବେନଗାଁ, ଲାଖବାହିଲି, ପାହାଡପଦର, ବିଜେପୁର, ମାଳିଯୁବାଙ୍ଗ ତଥା ରାୟଗଡ଼ା ଜିଲ୍ଲା କଲ୍ୟାଣିସିଂପୁରକୁ ଯାତାୟାତ କରୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଖବର ପାଇ ମୂଷାନାଳ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ପଡିଥିବା ଗଛଟିକୁ କାଟିଥିଲେ। ଫଳରେ ୧୮ ଘଣ୍ଟା ପରେ ଲୋକଙ୍କ ଯାତାୟାତ ସ୍ୱାଭାବିକ ହୋଇଥିଲା।ବର୍ତ୍ତମାନ ମଧ୍ୟ ଆଉ ୨ ଗୋଟି ଶୁଖିଲା ଗଛ ରାସ୍ତା କଡରେ ବିପଦ ସଙ୍କେତ ଅବସ୍ଥାରେ ରହିଥିବା ବେଳେ କୌଣସି ସମୟରେ ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ। ତେଣୁ ଉକ୍ତ ୨ ଗୋଟି ଶୁଖିଲା ଗଛକୁ ରାସ୍ତା କଡ଼ରୁ କାଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in