ଅସହାୟ ବୃଦ୍ଧା ଶୁକ୍ରବାରୀଙ୍କ କରୁଣ କାହାଣୀ

● ଭୁଷୁଡି ପଡିଛି ଝାଟିମାଟି ଘର, ପଡୋଶୀ ଘରେ ନେଇଛନ୍ତି ଆଶ୍ରୟ

● ଆହାସାହା ହେବାକୁ କେହି ନାହାନ୍ତି

● ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ଚାଉଳରେ ବିତୁଛି ଜୀବନ

ଗୋଲାମୁଣ୍ଡା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ଗୃହ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି ହେଲେ ସରକାରୀ କର୍ମଚାରୀ ମାନଙ୍କ ଉଦାସୀନତା ମନୋଭାବ ଯୋଗୁଁ ପ୍ରକୃତ ଗରୀବ ଲୋକେ ଗୃହ ପାଇ ନ ପାରି ଭଙ୍ଗା ଦଦରା ଘରେ ଜୀବନ କାଟୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଟେମରି ଗ୍ରାମରେ। ଏହି ଗାଁର ଶୁକ୍ରବାରି ବେୱା ସ୍ୱାମୀ ମନିଜର ଠାକୁରଙ୍କ ମୃତ୍ୟୁ ପରେ ସଂପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି। ଆହାସାହା ହେବାକୁ କେହି ନାହାନ୍ତି। ସେ ରହୁଥିବା ଝାଟିମାଟି ଘରର ଗୋଟିଏ ପଟ କାନ୍ଥ ଭୁଶୁଡି ଯାଇଛି। ସେହି ଘର ଆଉ ବାଶୋପଯୋଗୀ ହୋଇନଥିବାରୁ ସେ ଅନ୍ୟ ସାଇପଡିସାଙ୍କ ଘରେ ଆଶ୍ରୟ ନେଇଛନ୍ତି ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶୁକ୍ରବାରୀଙ୍କ ସ୍ବାମୀ ଗତ ୬ମାସ ତଳେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ପୁଅ ଝିଅ ମଧ୍ୟ ନାହାନ୍ତି। ଅତି ଗରିବ ଶ୍ରେଣୀୟ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ଚାଉଳ କଷ୍ଟେ ମଷ୍ଟେ ଜୀବନ ନିର୍ବାହ କରୁଛନ୍ତି। ସେ ରହିବା ପାଇଁ ଘର ନଥିବାରୁ ତୁରନ୍ତ ତାଙ୍କୁ ଆବାସ ଗୃହ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି। ଏହି ସମ୍ପର୍କରେ ଟେମରି ସରପଞ୍ଚ ସୁମିତ୍ରା ଭୋଇଙ୍କ ଠାରୁ ବୁଝିବାରୁ କହିଲେ ଯେ, ପ୍ରକୃତରେ ଶୁକ୍ରବାରୀଙ୍କ ଘର ଭାଙ୍ଗି ଯାଇଛି। ଘର ଆସିଲେ ଦେବୁ ବୋଲି କହିଥିଲେ।

Udyog Nursery
Udyogi Nursery

ଗୋଲାମୁଣ୍ଡା ବ୍ଲକ ପ୍ରତିନିଧି ସୁଶିଲ କୁମାର ତେଜିଙ୍କ ରିପୋର୍ଟ OdiaBirta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.