ICICI ଫାଉଣ୍ଡେସନ ଏବଂ ବ୍ୟାଙ୍କ ତରଫରୁ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୩ଟି ଅକ୍ସିଜେନ କନ୍ସସେନଟ୍ରେଟର ପ୍ରଦାନ

ରାୟଗଡ, (ଶିବ ନାରାୟଣ ଗୈାଡ) : କୋଭିଡ ମହାମାରୀରେ ଆକ୍ରାନ୍ତ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଯାଇ ଆଜି ଆଇସିଆଇସିଆଇ ( ICICI) ଫାଉଣ୍ଡେସନ ତରଫରୁ ରାୟଗଡ ଵ୍ୟାଙ୍କ ଶାଖା ପରିଚାଳକଙ୍କ ଦ୍ୱାରା ୧୩ ଗୋଟି ଅକ୍ସିଜେନ କନ୍ସସେନଟ୍ରେଟର ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ରାୟଗଡ ଆରକ୍ଷୀ ଅଧିକ୍ଷକ ବିଵେକାନନ୍ଦ ଶର୍ମା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ରାୟଗଡ ଶାଖା ପ୍ରବନ୍ଧକ ମନୋଜ କୁମାର ବେହେରା ଏହି କନ୍ସସେନଟ୍ରେଟର ପ୍ରଦାନ କରିଥିଲେ।

Udyog Nursery
Udyogi Nursery


ଜିଲ୍ଲାର ସ୍ୱାସ୍ଥ୍ୟସେବା ନିମନ୍ତେ ଵ୍ୟାଙ୍କ କର୍ତ୍ତୃପକ୍ଷକଙ୍କ ଏହି ଅବଦାନ ଅତି ପ୍ରଶଂଶନୀୟ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏମ ରାଜେଶ କୁମାର ପଟ୍ଟନାୟକ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଆଇସିଆଇସିଆଇ ବ୍ୟାଙ୍କ’ର ସହକାରୀ ପ୍ରବନ୍ଧକ ହିମାଂଶୁ ଭୂଷଣ ଦାଶ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.