ମହିଳା ଦାଦନ ଶ୍ରମିକଙ୍କ କରୁଣ କାହାଣୀ: ସଇତାନ ସାଜିଲା ପ୍ରେମିକ, ଶାରିରୀକ ସର୍ମ୍ପକ ରଖି….

● ଜନ୍ମ ହେବା କ୍ଷଣି ୨ ଛୁଆକୁ ମାରିଦେଲା ସଇତାନ ପ୍ରେମିକ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଲୋକଙ୍କ ପାଇଁ କାମଧନ୍ଦା ଅଭାବ ହେଉକି, ବିପୁଳ ଅର୍ଥ ଲାଳସା ହେଉ ଦିନକୁ ଦିନ ଦାଦନ ମୁହାଁ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଲୋକେ । ଏଭଳି ସ୍ଥିତିରେ କିଏ ହାତ, ଗୋଡ ହରାଉଛି ତ ପୁଣି କିଏ ଶବ ହୋଇ ରହିଯାଉଛି । ଏମିତି ଏକ ହୃଦବିଦାରକ ଘଟଣା ଦେଖିବାକୁ ମିଳିଛି ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଧାମନପୁର ଗ୍ରାମପଞ୍ଚାୟତ ଅଧିନ ବୋରଗୁମା ଗ୍ରାମରେ । ସେହି ଗ୍ରାମର ଜଣେ ବିଧବା ମହିଳା ଓ ଜଣେ ୨୨ବର୍ଷୀୟ ଝିଅ ପେଟପାଟଣା ପାଇଁ ଦାଦନ ଖଟିବାକୁ ଗୋଆକୁ ଯାଇଥିଲେ । ସେଠାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବେହେରେନସିଲ ଗ୍ରାମର ତ୍ରୀପାଲ ନାଏକ ନାମକ ଜଣେ ଯୁବକ ସହ ସାଙ୍ଗରେ କାମ କରୁଥିଲେ । ଦଶ ପନ୍ଦର ଦିନ ସାଙ୍ଗରେ କାମ କଲା ପରେ ଯୁବକ ଜଣକ ମୁଁ ଅବିବାହିତ ବୋଲି କହି ଦୁଇ ଜଣଙ୍କ ସାଙ୍ଗରେ ସମ୍ପର୍କ ସ୍ଥାପନ କରିଥିଲା । ଦୁଇ ଜଣଙ୍କୁ ନିଜ ପ୍ରେମ ଜଲରେ ଫସାଇ ଅନେକ ପ୍ରଲୋଭନ ଦେଖାଇ ନିଜ ସ୍ତ୍ରୀ ହିସାବରେ ଦୁଇ ଜଣଙ୍କୁ ରଖିବି ବୋଲି କହି ଯୋର ଜବରଦସ୍ତ ଶାରୀରିକ ସର୍ମ୍ପକ ସ୍ଥାପନ କରିଥିଲା । ପରେ ଦୁଇ ଜଣଙ୍କୁ ଦୁଇ ଗୋଟି ଛୁଆ ଜନ୍ମ ହୋଇଥିଲା । ଜନ୍ମ ହେବା କ୍ଷଣି ଦୁଇଟି ଛୁଆ କୁ ସଇତାନ ପ୍ରେମିକ ଜଣକ ମାରିଦେଇଥିଲା । ତଥାପି ଦୁଇ ଜଣ ଧର୍ଯ୍ୟ ଧରି ପ୍ରେମିକର ସ୍ତ୍ରୀ ହିସାବରେ ରହୁଥିଲେ । ପୁଣି ଥରେ ସଇତାନ ପ୍ରେମିକ ଜଣକ ୨୨ ବର୍ଷୀୟ ଝିଅକୁ ଦୁଇ ମାସର ଅନ୍ତସତ୍ୱା କରି ଗତ ଜୁଲାଇ ୪ ତାରିଖ ଦିନ ଦୁଇ ଜଣ ମହିଳାଙ୍କୁ ଗୋଆ ରୁ ନିଜ ଘର ବୋରିଗୁମାକୁ ଆଣି ଛାଡି ଯୁବକ ଜଣକ ମୁଁ ପୂର୍ବରୁ ବାହା ହୋଇଛି ଓ ମୋର ପିଲା ଛୁଆ ଅଛନ୍ତି କହି ସେଠାରୁ ନିଜଗାଁ ବେହେରେନସିଲକୁ ଚାଲିଯାଇଥିଲା । ପୁଣି ଯୁବକ ଜଣକ ଗତ ଜୁଲାଇ ମାସ ୨୬ ତାରିଖ ଦିନ ଉକ୍ତ ଝିଅକୁ ଅପହରଣ କରିନେବାରୁ ଘର ଲୋକେ ଖୋଜାଖୋଜି ପରେ ବ୍ରାହ୍ମଣିଗୁଡା ଜଙ୍ଗଲରୁ ଉଦ୍ଧାର କରି ଘରକୁ ଆଣିଥିଲେ । ଏନେଇ ବିଧବା ମହିଳା ଓ ୨୨ ବର୍ଷୀୟ ଝିଅ ଦଶପୁର ଫାଣ୍ଡି ରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ତ୍ରୀପାଳ ନାଏକକୁ ଗୋଲାମୁଣ୍ଡା ପୋଲିସ ଅଟକ ରଖି ପଚରାଉଚରା କରି ତଦନ୍ତ ପ୍ରକ୍ରିୟା ଆଗେଇନେଇଥିଲା । ତଦନ୍ତ ପରେ ଯୁବକ ଓ ଉକ୍ତ ଝୀଅକୁ ପୋଲିସ ଗିରଫ କରି କେସ ନମ୍ବର ୯୦ ରେ ଗତ ୧ ତାରିଖ ଦିନ କୋର୍ଟ ଚାଳାଣ କରିଥିଲା । ତଦନ୍ତର ଶେଷ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଗୋଲାମୁଣ୍ଡା ପୋଲିସ ସେହି ଦିନ ହିଁ ୧୦ଦିନ ପାଇଁ ରିମାଣ୍ଡରେ ତ୍ରିପାଲକୁ ଆଣିଥିଲା । ରିମାଣ୍ଡ ସମୟରେ କଳାହାଣ୍ଡି ଏସ୍‌ପିଙ୍କ ନିର୍ଦ୍ଧେଶ ଅନୁଯାୟୀ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଗୋଆର କ୍ରାଇମ ସ୍ପଟ୍‌କୁ ଯାଇ ପୋଲିସ ତଦନ୍ତ କରି ଫେରି ଆସିଥିବା ବେଳେ ଗୋଟିଏ ଛୁଆର ମୃତ ଦେହ ପାଇଥିବା ବେଳେ ଆଉ ଗୋଟିଏ ଛୁଆର ମୃତ ଦେହ ମିଳି ନଥିବା ପୋଲିସ ସୁତ୍ର ରୁ ପ୍ରକାଶ । ରିମାଣ୍ଡର ଅବଧି ସରିଯାଇଥିବାରୁ ପୁଣିଥରେ ତ୍ରିପାଲ ହାଜତକୁ ଯାଇଥିବା ଜଣାଯାଏ । ଅପରପକ୍ଷରେ ଅନ୍ୟ ଏକ ଛୁଆର ମୃତ ଦେହ ମିଳିନଥିବା ବେଳେ ଏହାର ଆହୁରି ତଦନ୍ତ ଚାଲିବକି ନାହିଁ ବୋଲି ଗୋଲାମୁଣ୍ଡା ଥାନାଧିକାରୀ ଜୁଗଳ ଶବରଙ୍କୁ ପଚାରିବାରୁ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲେ ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.