ଛାତ୍ରଛାତ୍ରୀଙ୍କ କୋଭିଡ୍ ସହାୟତା ହଡପ୍: ପ୍ରଧାନ ଶିକ୍ଷୟତ୍ରୀଙ୍କ ନାମରେ ଆସିଲା ଅଭିଯୋଗ

ଭୁବନେଶ୍ୱର/କଳାହାଣ୍ଡି: ଦୁର୍ଗମ ଆଦିବାସୀ ଇଲାକାରେ ଅନୁସୁଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା କୋଭିଡ୍ ସହାୟତା ରାଶିରୁ ୩ହଜାର ଟଙ୍କା ଲେଖାଏଁ ଆଦାୟ କରି ଚଳୁ କରିଥିବା ପରି ସଂଗିନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଘାଟି ଅଞ୍ଚଳ ସ୍ଥିତ ସରକାରୀ ବନ୍ଧପାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ଦଳେଇଙ୍କ ବିରୋଧରେ। ଅଭିଯୋଗ ବିଷୟରେ ଅବଗତ ହେବାପରେ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ ଏହାକୁ ଗୁରୁତର ସହ ନେଇଛନ୍ତି। ଏବିଷୟରେ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ନିଜ ପ୍ରତିକ୍ରିୟା ପ୍ରକାଶ କରି ତଦନ୍ତର ପ୍ରତିଶ୍ରୃତି ଦେଇଛନ୍ତି ଏବଂ ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

ପ୍ରାପ୍ତ ସୂଚନା ଆଧାରରେ, କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକର ସରକାରୀ ବନ୍ଧପାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୫୮୪ । ସେଥିମଧ୍ୟରୁ ୩୧୦ ଅନୁସୁଚିତ ଜାତି, ଜନଜାତି ଛାତ୍ରୀ ଓ ୪୦ ଜଣ ଏସଟି/ଏସସି ଛାତ୍ରଙ୍କ ହଷ୍ଟେଲ ବ୍ୟବସ୍ଥା ସ୍ଲୁଲ ଅଧିନରେ ରହିଛି। ପ୍ରଥମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍ଲୁଲରେ ପାଠପଢା ଯାଉଥିବା ବେଳେ ୯ମ ଓ ୧୦ମ ଶ୍ରେଣୀର ଛାତ୍ରୀ ମାଁ ଭୌରବୀ ବନବାସୀ ହାଇସ୍କୁଲରେ ପାଠପଢନ୍ତି। ହେଲେ ବନ୍ଧପାରୀ ସ୍ଲୁଲର ସରକାରୀ ହଷ୍ଟେଲରେ ରୁହନ୍ତି। କୋଭିଡ ପାଇଁ ହଷ୍ଟେଲ ବନ୍ଦ ରହିଥିବାରୁ ଛାତ୍ର ଓ ଛାତ୍ରୀ ମାନଙ୍କ ଖାଇବା, ପାଠ ପଢା ସାମଗ୍ରୀ ତଥା ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ମୋଟ ୨୫ ହଜାରରୁ ଉର୍ଦ୍ଧ୍ବ ଲେଖାଁଏ ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ସର୍ବ ଶିକ୍ଷା ଅଭିଯାନ ତରଫରୁ ପୈଠ କରାଯାଇଥିଲା। ହେଲେ ପାସବୁକରୁ ଟଙ୍କା ଉଠାଣ ପରେ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ଠାରୁ ସୁଲ ଓ ହଷ୍ଟେଲର ପରିଚାଳନା ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ତିଳୋତ୍ତମା ଦଳେଇ ଓ ତାଙ୍କ ଶିକ୍ଷକ ସ୍ୱାମୀ ସୁବାସ ନାଏକ ୩ ହଜାର ଲେଖାଁଏ ଆଦାୟ କରୁଥିବା ଛାତ୍ର ଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି। କାଣ୍ଡମା, ପରତିବେଡା, ଡୁଙ୍ଗରୀ, ଖଜୁରଗୁଡା, ବାଲିସରା, ପ୍ରମୁଖ ଗାଁର ଛାତ୍ର ଛାତ୍ରୀ ଓ ତାଙ୍କ ଅଭିଭାବକଙ୍କ ଖାତାରେ ପୈଠ ହୋଇଥିବା ରାଶିରୁ କିଛି ଏହି ପୈଠ କରିଥିବା ଅଭିଯୋଗ ହୋଇଛି। ବିଶେଷ କରି ଦୁର୍ଗମ ଆଦିବାସୀ ଇଲାକାରେ ପାଠ ପଢୁଥିବା ସରକାରୀ ହଷ୍ଟେଲର ଛାତ୍ର ଛାତ୍ରୀଙ୍କ ନିରକ୍ଷର ଅଭିଭାବକ ପରିଚାଳନା ଦାୟିତ୍ୱରେ ଥିବା ସରକାରୀ ବାବୁ ବିରୋଧରେ ଅଭିଯୋଗର ସାହାସ ଜୁଟାଇ ନ ପାରି ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ୩ ହଜାର ଟଙ୍କା ଆଦାୟ ଅଭିଯୋଗକୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତିଳୋତ୍ତମା ଦଳେଇ ଓ ତାଙ୍କ ଶିକ୍ଷକ ସ୍ୱାମୀ ସୁବାସ ନାୟକ ଅସ୍ୱୀକାର କରୁଛନ୍ତି। ହେଲେ ବନ୍ଦପାରୀ ସ୍କୁଲର ମରାମତି ପାଇଁ ଅଭିଭାବକ ସ୍ୱଇଚ୍ଛାରେ ସ୍କୁଲ କମିଟିର ଜ୍ଞାତସାରରେ ଟଙ୍କା ଦେଇଥିବା ଯୁକ୍ତି ବାଢୁଛନ୍ତି। କିନ୍ତୁ ଚାନ୍ଦା ଆଦାୟର କୌଣସି ରସିଦ ଦିଆଯାଉ ନାହିଁ ବୋଲି ସ୍ୱୀକାର କରୁଛନ୍ତି। ବନ୍ଧପାରୀ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଭାବେ ତିଳୋତ୍ତମା ଦଳାଇ ରହିଥିବା ବେଳେ ନିକଟ ଡୁଙ୍ଗରୀଗୁଡା ସ୍କୁଲରେ ତାଙ୍କ ସ୍ୱାମୀ ସୁବାସ ନାଏକ ଶିକ୍ଷକ ଅଛନ୍ତି ଏବଂ ଉଭୟେ ହଷ୍ଟେଲର ଛାତ୍ର ଛାତ୍ରୀଙ୍କ ଠାରୁ ୩ ହାଜର ଲେଖାଁଏ ଆଦାୟ କରିଥିବା ଅଭିଯୋଗ ହୋଇଛି।

Pearl dental clinic
Near Ashish Medical Store, Bhawanipatna

ସରକାର ଯେଉଁ ଅନୁସୁଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ପାଇଁ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯଦି ସେମାନଙ୍କ ବ୍ୟାଙ୍କ ଖାତାରେ ପୈଠ ଟଙ୍କାରୁ ଗୁରୁ ଯଦି ଟଙ୍କା ଚାନ୍ଦା ନେଇଯାଉଛନ୍ତିି। ତେବେ ସରକାରୀ ଅନୁଦାନ ଖର୍ଚ୍ଚରେ କେତେ ପାରଦର୍ଶିତା ରହୁଥିବ ସାଧାରଣତଃ ଅନୁମାନ କରାଯାଇପାରେ? ଏଣୁ ଏହାର ତଦନ୍ତ ସହ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ହଷ୍ଟେଲ ମାନଙ୍କର କାର୍ଯ୍ୟଧାରା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାର ଅବାଶ୍ୟକତା ରହିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.