ଜୁନାଗଡ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପରିଆ ନିକଟସ୍ଥ ଗୁନାଦି ନାଳରେ ୧୯୮୭ ମସିହାରେ ମୃତ୍ତିକା ସଂରକ୍ଷଣ ବିଭଗ ତରଫରୁ ଏକ ଚେକଡେମ ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଅନେକ ସମୟରେ ମରୁଡି ପ୍ରଭାବିତ ଏହି ଅଂଚଳର ଲୋକଙ୍କ ଅଶାଥିଲା, ଏହି ଚେକଡେମ ଦ୍ୱାରା ଜଳସେଚନ ହେଲେ ସେମାନେ ଉପକୃତ ହେବେ।
ଜଳେଶ୍ବର ମନ୍ଦିର ନିକଟସ୍ଥ ଏହି ଚେକଡେମ ଏକ ମନୋରମ ପରିବେଶ ମଧ୍ୟରେ ରହିଛି। ହେଲେ ବହୁ ଦିନରୁ ମରାମତି ଓ ପୁନଃଉଦ୍ଧାର ହେଇ ନ ଥିବାରୁ ଏହା ଲୋକଙ୍କ କାର୍ଯ୍ୟରେ ଆସୁନି। ଏହି ଚେକଡେମ ଦ୍ୱାରା ଶତାଧିକ ଚାଷୀ ଲାଭବାନ ହେବେ ବୋଲି ଆଶା ରହିଥିଲା କିନ୍ତୁ ସେହିପରି ହେଲାନାହିଁ। ତେଣୁ ଏହି ଚେକଡେମକୁ ମରାମତି ଓ ପୁନଃଉଦ୍ଧାର କରିବା ପାଇଁ ଅଞ୍ଚଳର ସମାଜସେବୀ ନରହରି ବାଗ, ହୃଦାନନ୍ଦ ଗହୀର, ମୋତିଲାଲ ଚନ୍ଦନ, ମନୋଜ ଚନ୍ଦନ, ଖଗେଶ୍ୱର ହଂସ, ବଦ୍ରୀ ନାଏକ ପ୍ରମୁଖଙ୍କ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in