ରାୟଗଡ ଜିଲ୍ଲା ଅଦାଲତର ୭ମ ବିଚାରପତିଙ୍କ ଦାୟିତ୍ୱଭାର ଗ୍ରହଣ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲା ଅଦାଲତରେ ସପ୍ତମତମ ଜିଲ୍ଲା ଜର୍ଜ ରୂପେ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ତାଙ୍କୁ ଅନୁଷ୍ଠାନିକ ଭାବେ କୋଭିଡ଼ ନିୟମ ମୁତାବକ ରାୟଗଡ ଓକିଲ ସଂଘ ସ୍ୱାଗତ କରିଥିଲେ । ଉକ୍ତ ସ୍ୱାଗତ ସଭାରେ ରାୟଗଡ ଓକିଲ ସଂଘର ସଭାପତି ଭି. ସନ୍ୟାସୀ ରାଜୁ ସଭାପତିତ୍ୱ କରିଥିଲେ ଓ ରାୟଗଡର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଯଥା ଏଡିଜେ ତିରଂଜନ ପାତ୍ର, ପି.ଏଲ.ଏ ଅଧ୍ୟକ୍ଷ୍ୟ ହିମାଂଶୁ ଶେଖର ବ୍ରହ୍ମା, ଏଡ଼-ହୋକ ପୋସ୍କୋ ସ୍ପେସିଆଲଟ୍ରାକ ଗଣେଶ୍ୱର ପତି, ପରିବାର ଅଦାଲତ ଜର୍ଜ ଆଶିଷ କୁମାର ତ୍ରିପାଠୀ, ସିଜେଏମ ମନୋରଞ୍ଜନ ଦାସ, ଏ ଏସ ଜେ ( ଏସଟିସି) ତଥା ରେଜିଷ୍ଟ୍ରାର ଶ୍ରୀମତୀ ପ୍ରତିମା ପାତ୍ର, ସିଭିଲ ଜର୍ଜ ସିନିଅର ଡିଭିଜନ ସୁଶାନ୍ତ କୁମାର ମିଶ୍ର, ସୋନାଲ ଶର୍ମା, ମନୋରଞ୍ଜନ ମିଶ୍ର, ଏସ. ଡି.ଜେ.ଏମ ରାଜେନ୍ଦ୍ର କୁମାର ଦାସ , ନ୍ୟାୟଧିକାରିଣୀ ଶ୍ରୀମତୀ ସୁଭାଶିନୀ ବେହେରା, ଜେ.ଏମ.ଏଫ.ସି. ଯୁଧିଷ୍ଠିର ଦଳେଇ, ଗୁରୁଚରଣ ଜେନାମଣି ଓ ରାୟଗଡ ଓକିଲ ସଂଘର କର୍ମକର୍ତ୍ତା ଓ ସଭ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।


ଜିଲ୍ଲା ଜର୍ଜ ବିକ୍ରମ କେଶରୀ ପଟ୍ଟନାୟକ ରାୟଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ ଓ ମୁଁ ଷୋହଳ ବର୍ଷ ଓକିଲାତି କରିଥିଲି ଓ ଅନେକ ବିଚାର ବିଭାଗରେ ମଧ୍ୟ କାମ କରିଛି ବୋଲି କହିଥିଲେ ଏବଂ ଓକିଲମାନଙ୍କ ସହଯୋଗ କାମନା କରିଥିଲେ ବୋଲି ଓକିଲ ଲାବଣ୍ୟ ମୋହନ ପଟ୍ଟନାୟକ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.