ଓଡିଶା ଡ୍ରାଇଭର ମହାସଂଘ ଗୋଲାମୁଣ୍ଡାର ସାଧାରଣ ବୈଠକ ଅନୁଷ୍ଠିତ

କଳାହାଣ୍ଡି,(ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଓଡିଶା ଡ୍ରାଇଭର ମହାସଂଘର ସମସ୍ତ ସଦସ୍ୟ ମାନଙ୍କୁ ନେଇ କରଂଜକୋଟ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଡ୍ରାଇଭର ମାନେ ଯୋଗଦେଇଥିଲେ । ଏହି ସଭାରେ କରୋନା ମହାମାରୀ ସମୟରେ ଜୀବନ ଜୀବିକା ଠପ୍ ହୋଇଯାଇଥିବା ବେଳେ ବହୁ ଡ୍ରାଇଭର ଚାଳକ ଜୀବିକା ହରାଇ ବର୍ତ୍ତମାନ ଭୋକ ଉପାସରେ ରହିବା ସହ ଘରର ସମସ୍ତ ସଦସ୍ୟ ମାନଙ୍କୁ ଚଳାଇବା ବଡ଼କଷ୍ଟ କର ହୋଇପଡ଼ିଲାଣି ବୋଲି ପ୍ରକାଶ କରିଥିଲେ । ଓଡିଶା ସରକାରଙ୍କୁ ସମସ୍ତ ଡ୍ରାଇଭର ଚାଳକ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଓ ଘରେ ବସିଥିବା ଡ୍ରାଇଭର ମାନଙ୍କୁ ମାସକୁ ୧୦,୦୦୦ଟଙ୍କାର ସାହାଯ୍ୟ ସରକାରୀ ସହାୟତା ଏବଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କୁ ୨୦ଲକ୍ଷ ଟଙ୍କା ସହାୟତା ରାଶି ଦେବାପାଇଁ ଏହି ବୈଠକ ରେ ଆଲୋଚନା ହେବା ସହ ଆଗାମୀ ଦିନରେ ଡ୍ରାଇଭର ମହାସଂଘ ର ଏହି ଦୁଃଖ କଥା ସରକାର ନ ଶୁଣନ୍ତି ତାହାହେଲେ ଏହି ମହାସଂଘ ରାଜରାସ୍ତାରେ ଓହ୍ଲାଇବା ପାଇଁ ଚେତାବନୀ ଦେବାପାଇଁ କହିବା ସହ କେମିତି ଏହି ଚାଳକମାନେ ଗାଡି ଚଳାଇବା ସମୟରେ ମଦ୍ୟପାନ ଓ ନିଶାସେବନ ନ କରିବା ଏବଂ ଅସୁବିଧାରେ ପଡିଥିବା ଚାଳକଙ୍କୁ ସାହାଯ୍ୟ କରିବା ଏହି ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ନିର୍ମଳ ଘିଭେଲା, ଟୁନା ଭାଟି, ଲକ୍ଷ ବାଗ, ସରୋଜ ରଣା,ରାଜିବ ଘିଭେଲା, ନଟବର ବନ୍ଦିଛୋଡ, ପବିତ୍ର, ମେଘ ସମେତ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.