“ବିଜୁଳି ତ ନାହିଁ, ବିଲ୍ ଦେବୁ କାହିଁପାଇଁ”

● ମନଇଚ୍ଛା ବିଦ୍ୟୁତ୍ କାଟ, ଜନଜୀବନ ଅସ୍ତବ୍ୟସ୍ତ

● ଶକ୍ତିମନ୍ତ୍ରୀଙ୍କ ଜିଲ୍ଲାରେ ଶକ୍ତି ସଂକଟ, ତିବ୍ର ଋପ ଧାରଣ କରିବାରେ ଲାଗିଛି ଜନ ଅସନ୍ତୋଷ

ଲାଞ୍ଜିଗଡ଼: ଶକ୍ତିମନ୍ତ୍ରୀଙ୍କ ଜିଲ୍ଲାରେ ଦେଖାଦେଇଛି ଶକ୍ତି ସଂକଟ।ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଲାଞ୍ଜିଗଡ଼ ବ୍ଲକବାସୀଙ୍କ ସମେତ ସାରା କଳାହାଣ୍ଡିବାସୀ ଅତିଷ୍ଠ ହୋଇ ପଡିଛନ୍ତି। ବର୍ଷାଭାବ ପରିସ୍ଥିତିରେ ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଛି। ଏହି ସମୟରେ ଲାଞ୍ଜିଗଡ଼ ବ୍ଲକରେ ଦିନକୁ ୧୬ରୁ ୧୭ ଘଣ୍ଟା ବାରମ୍ବାର ବିଦ୍ୟୁତକାଟ ହେଉଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି। ଶକ୍ତିମନ୍ତ୍ରୀଙ୍କ ଜିଲ୍ଲା ଭିତରେ ଥାଇ ମଧ୍ୟ ଲାଞ୍ଜିଗଡ଼ବାସୀ ବିଦ୍ୟୁତ କାଟ ଜନୀତ ଯନ୍ତ୍ରଣା ଭୋଗୁଛନ୍ତି। ଏପଟେ ବିଦ୍ୟୁତ ଦେୟ ପରିମାଣ ବହୁ ପରିମାଣ ବଢ଼ିଲା, କିନ୍ତୁ ବିଦ୍ୟୁତ ସେବା ମିଳିଲା ନାହିଁ। ଯାହାକୁ ନେଇ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ବ୍ଲକର ଦୁର୍ଗମ ଅଞ୍ଚଳରେ ଚୋରି ଓ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନେକ ଛୋଟବଡ଼ ବିଦ୍ୟୁତ୍ ଚାଳିତ କଳକାରଖାନା ବନ୍ଦ ହୋଇଯାଇଛି। ସେହିପରି ବୃଦ୍ଧବୃଦ୍ଧା, ରୋଗୀ ଓ ଶିଶୁମାନେ ବିଦ୍ୟୁତକାଟ ଯୋଗୁଁ ତ୍ରାହିତ୍ରାହି ଡାକୁଛନ୍ତି। ଦିନ ଓ ରାତିସାରା ଲୋକେ ପ୍ରବଳ ଗରମରେ ସିଝୁଥିବାବେଳେ ମଶାକାମୁଡ଼ା ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଉଛି। କୋଭିଡ଼ ପରିସ୍ଥିତି ଯୋଗୁଁ ସ୍କୁଲ କଲେଜ ବନ୍ଦ ଥିବାବେଳେ ବିଦ୍ୟୁତକାଟ ଓ ମୋବାଇଲ୍ ଚାର୍ଜ ବିନା ଅନଲାଇନ୍ କ୍ଲାସ୍ ମଧ୍ୟ ଫସର ଫାଟିଛି। ଏ ପରିସ୍ଥିତିରେ ବର୍ଷକୁ ବାରମାସ ୩୬୫ ଦିନ, ୮ ହଜାର ୭୬୦ ଘଣ୍ଟା ହୋଇଥିବାବେଳେ ଦିନକୁ ହାରାହାରି ୧୬ ଘଣ୍ଟା ବିଦ୍ୟୁତ୍ କାଟ ହେଉଥିବାରୁ ବାର୍ଷିକ ୫ ହଜାର ୮୪୦ ଘଣ୍ଟା କେବଳ ବିଦ୍ୟୁତକାଟ ହେଉଛି । ଏପରିସ୍ଥଳେ ଲାଞ୍ଜିଗଡ଼ ବ୍ଲକର ଗ୍ରାମାଞ୍ଚଳର ବିଦ୍ୟୁତ ଉପଭୋକ୍ତା ବର୍ଷକୁ ମାତ୍ର ୨ ହଜାର ୯୨୦ ଘଣ୍ଟା ଅର୍ଥାତ୍ ହାରାହାରି ୧୨୨ ଦିନ ହିଁ ବିଦ୍ୟୁତ ସେବା ପାଇପାରୁଥିବା ଜଣାଯାଇଛି। ଏଣୁ ବିଦ୍ୟୁତସେବା ଅନୁପାତରେ ହିଁ ବିଦ୍ୟୁତ ବିଲ୍ ଦେବାକୁ ଜନସାଧାରଣ ମନସ୍ତ କରିଥିବା ସୂଚନା ମିଳିଛି। ଏପରିକି “ବିଜୁଳି ନାହିଁ ତ ବିଲ୍ ଦେବୁ କାହିଁ ପାଇଁ” ବୋଲି ଜନମତ ପ୍ରକାଶ ପାଇଛି। ଏପରି ହେଲେ ଆଗାମୀ ଦିନରେ ବିଦ୍ୟୁତ ବିଭାଗର ରାଜସ୍ବ ଓ ଆୟ ଆଶାତୀତ ଭାବେ ହ୍ରାସ ପାଇବ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଉଛି। ଏଣୁ ସମୟ ଥାଉଣୁ ବିଦ୍ୟୁତ ବିଭାଗ ବିଦ୍ୟୁତସେବା ଓ ବିଦ୍ୟୁତ ଯୋଗାଣରେ ସୁଧାର ନଆଣିଲେ କଂପାନୀକୁ ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଅଞ୍ଚଳରେ ଆଲୋଚନା ଜୋର ଧରିଛି।

Omkar Vasthu
Omkar Vasthu

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.