ପାଲୁପାଇ ଉଚ୍ଚବିଦ୍ୟାଳୟ ଛାତ୍ରୀନିବାସ ରାତ୍ରୀଜଗୁଆଳିଙ୍କ ଅକାଳବିୟୋଗ

ଗୁଣୁପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସମାଜ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ପାଲୁପାଇ ଉଚ୍ଚ ବିଦ୍ୟାଳୟ ଓ ଛାତ୍ରୀନିବାସର ରାତ୍ରୀ ଜଗୁଆଳୀ ମଧୁସୂଦନ ତୋଇକାଙ୍କ ୩୮ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି।ସେ ୧୨ବର୍ଷ ଧରି ବିଦ୍ୟାଳୟରେ ଚାକିରୀ କରିଥିବା ସମୟରେ ସମସ୍ତଙ୍କ ପ୍ରିୟଭାଜନ ହେବା ସହ ସମସ୍ତ ଛାତ୍ରୀ ମାନଙ୍କର ଅତି ଆପଣାର ଭାଇନା ଭାବେ ବେଶ ଜଣାଶୁଣା ଥିଲେ। ତାଙ୍କର ଚାକିରୀ କାର୍ଯ୍ୟକାଳ ଆହୁରି ୨୨ବର୍ଷ ରହିଥିବାବେଳେ ସେ ଜଣେ ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ , ମେଳାପୀ ଓ ପରୋପକାରୀ,ମିଷ୍ଟଭାଷୀ ବ୍ୟାକ୍ତିତ୍ବ ଥିଲେ। ମଧୁଙ୍କ ବିୟୋଗରେ ବିଦ୍ୟାଳୟର ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ସମେତ ଗ୍ରାମବାସୀ ଓ ଅଭିଭାବକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର ଗୋଟିଏ ଛୋଟ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ ଅଛନ୍ତି।ସେ କିଛିଦିନ ହେଲା କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଦ୍ୟାଳୟ କର୍ମଚାରୀ, ଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ପାଲୁପାଇ ଗ୍ରାମ ନିକଟରେ ବୋହି ଯାଉଥିବା ଝରଣା କୁଳରେ ଶବସତ୍କାର କରାଯାଇଥିଲା। ଏ ନେଇ ଯଥାଶୀଘ୍ର ସରକାରଙ୍କ ପକ୍ଷରୁ ମୃତ୍ୟୁବରଣ କରିଥିବା ଶ୍ରୀ ତୋଈକା ପରିବାର ପ୍ରତି ସମବେଦନା ଜଣାଇ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀଙ୍କ ସହ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.