ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମର୍ଦ୍ଧା ସରପଞ୍ଚ ଶ୍ରୀମତୀ କାନ୍ତି ପାତ୍ର ଓ ଲାଞ୍ଜିଗଡ ବ୍ଲକ ଆତ୍ମା ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରାଜ ପନ୍ଦର ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟବାନ ପୂଝାରୀ ଯୋଗ ଦେଇଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ହରିଜନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ନିରାକାର ସାହୁ, ଟି.ଜି. ରାଓ, କମିଟି ମେମ୍ବର ରମେଶ ପାତ୍ର, ଭୋଲେଶ୍ୱର ପୂଝାରୀ ପ୍ରମୁଖ ସହଯୋଗ କରିଥିଲେ। ୨୦୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟର ୪୪ଜଣ ଛାତ୍ର ଓ ୫୨ଜଣ ଛାତ୍ରୀ ସମୁଦାୟ ୯୬ ଜଣଙ୍କୁ ଦୁଇ ହଳ ପୋଷାକ, ଏକ ହଳ ଜୋତା ଓ ଦୁଇ ହଳ ମୌଜା ପ୍ରଦାନ କରାଯାଇଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in