ଲାଞ୍ଜିଗଡ଼, ୨୪|୮: ନର୍ଲା ଥାନା ଅଧିନସ୍ଥ ଲାଞ୍ଜିଗଡ଼ ରୋଡ଼ର ଦୁଇଟି ଘରୁ ଆଜି ଚୋରି ହୋଇଥିବା ଜଣାପଡିଛି। ଲାଞ୍ଜିଗଡ଼ ରୋଡର ଦୁଇଜଣ ପ୍ରତିଷ୍ଠିତ ବ୍ୟକ୍ତି କେ. ବୈକୁଣ୍ଠ ରାଜୁ ଓ କେ. ଅଶୋକ ରାଜୁଙ୍କ ଘରୁ ଚୋରି ହୋଇଥିବା ନେଇ ସେମାନେ ନର୍ଲା ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାପରେ ନର୍ଲା ପୋଲିସ ଘଟଣାସ୍ଥଳକୁ ଯାଇ ସାଇଣ୍ଟିଫିକ ଟିମ୍ ଦ୍ବାରା ତଦନ୍ତ ଆରମ୍ଭ କରିଛନ୍ତି। ବର୍ତମାନ ପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in