ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

କଳାହାଣ୍ଡି,୭|୯ (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଵଚ୍ଛତା ପକ୍ଷ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ନିହାରେନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ କବିତା ମହାନ୍ତି, ଗଣନାଥପୁର ସିଆରସିସି ବିଶ୍ୱଜିତ ରାୟ, ଯୁବ ଗାଳ୍ପିକ ତଥା ଶିକ୍ଷକ ଡିଲେଶ୍ୱର ରଣା, ଏସଏମସି ସଭାପତି ଶୂନ୍ୟ ମଙ୍ଗରାଜ, ଯୁବ କ୍ଲବର ସଭାପତି ମଙ୍ଗରାଜ ବାଗ, ପ୍ରମୁଖ ଯୋଗ ଦେଇଥିଲେ। ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ବସୁମତୀ ସାହୁ।

Omkar Vasthu
Omkar Vasthu


ଇଚ୍ଛାପୁର ଗ୍ରାମବାସୀ ମାନଙ୍କୁ ସ୍ଵଚ୍ଛତା ହିଁ ସେବା ଓ ସୁସ୍ଥତାର ବାର୍ତ୍ତା ଦେଇ ସମସ୍ତଙ୍କୁ ସ୍ୱଚ୍ଛ ଓ ପରିଷ୍କାର ରହିବା ପାଇଁ ସଚେତନ ଦିଆଯାଇଥିଲା। ଶିକ୍ଷୟତ୍ରୀ ମଙ୍ଗମା ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ସୁଭାଷିନୀ ପଟ୍ଟନାୟକ, ଜ୍ୟୋସ୍ନାରାଣୀ ତ୍ରିପାଠୀ, ଅନୁପମା ଶିଶୁ, ମାନସୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ଅନେକ ମହିଳା ଓ ଶିଶୁ ଉପସ୍ଥିତ ଥିଲେ। ଇଚ୍ଛାପୁର ଯୁବ କ୍ଲବର ସଦସ୍ୟ ଓ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ। ଏ ଅବସରରେ ଅତିଥିମାନେ ରାସ୍ତାପାର୍ଶ୍ୱରେ ବୃକ୍ଷରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.