ଭବାନୀପାଟଣା: ସ୍ଥାନୀୟ ଗୁଡ଼ିଆଳିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କ୍ଲଷ୍ଟର ସିଆରସିସି ବିଶ୍ୱଜିତ ରାୟ, ଏସଏମସି ସଭାପତି ଗଣେଶ୍ୱର ସା, ଯୁବ ଗାଳ୍ପିକ ତଥା ଶିକ୍ଷକ ଡିଲେଶ୍ବର ରଣା, ଶିକ୍ଷକ ଅରକ୍ଷିତ ନନ୍ଦ, ସରଧାପୂର୍ ପ୍ରଧାନ ଶିକ୍ଷକ ଧନଞ୍ଜୟ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟକ୍ଷତା କରିଥିଲେ ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାଶ। ଏଥିରେ ଶିକ୍ଷକ ତୀର୍ଥ ମହାଖୁଡ଼, ପ୍ରିୟରଞ୍ଜନ ପୁରୋହିତ, ସୌଭାଗ୍ୟ ମଞ୍ଜରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଉତ୍ସବରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ସହ ଜୋତା ଓ ମୋଜା ବଣ୍ଟନ କରାଯାଇଥିଲା। ସ୍ୱଚ୍ଛତା ପକ୍ଷ ଚାଲିଥିବା ହେତୁ ଗାଁରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପିଲାମାନଙ୍କୁ ସଚେତନ କରାଯାଇଥିଲା। ଶେଷରେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ଅରକ୍ଷିତ ନନ୍ଦ।