ଚନ୍ଦନପୁରରେ ପ୍ରସ୍ତାବିତ ଗ୍ରାନାଇଟ ଖଣିକୁ ନେଇ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ଗ୍ରାମ ପଞ୍ଚାୟତର ଚନ୍ଦନପୁର ଠାରେ ପ୍ରସ୍ତାବିତ ଗ୍ରାନାଇଟ ଖଣି ଖନନକୁ ନେଇ ଆଜି ପରିବେଶ ସମ୍ବନ୍ଧିୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଜଣଶୁଣାଣିରେ ମୁଳରୁ ହିଁ ଖଣି ଖନନକୁ ନେଇ ବିରୋଧ କରୁଥିବା ଦେଖିବାକୁ ମିଳିଥିବା। ଆଜିର ଜନ ଶୁଣାଣି କାର୍ଯ୍ୟକ୍ରମରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ରାୟଗଡ଼ା ସ୍ଥିତ ଆଞ୍ଚଳିକ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟଳୟର ଅଧିକାରୀ ଇଂ. ପି.କେ. କର, ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନାଙ୍ଗା, ଲାଞ୍ଜିଗଡ଼ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ଚମ୍ପାଦେଇପୁର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ। ପ୍ରସ୍ତାବିତ ଚନ୍ଦନପୁର ଗ୍ରାନାଇଟ ଖଣି ଖନନକୁ ଲୋକେ ତିବ୍ର ବିରୋଧ କରିଥିଲେ। ତେବେ ପ୍ରସାଶନ ପକ୍ଷରୁ ତଥା ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଗାମୀ ଦିନରେ ଲୋକଙ୍କ ମତକୁ ସମ୍ମାନ ଦେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ମତ ପ୍ରକାଶ ପାଇଥିଲା।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.