ବାଲେଶ୍ଵରରେ ସ୍ବାଧୀନତାର ଅମୃତ-ମହୋତ୍ସବ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେଲା ‘ଦେଶାତ୍ମବୋଧକ କବିତା ପାଠୋତ୍ସବ’

● ଦେଶକୁ ନେଇ ୨୦ ଜଣ ନିମନ୍ତ୍ରିତ କବି ପାଠ କଲେ ସ୍ଵରଚିତ କବିତା

● ଅତିଥି କହିଲେ ବାଲେଶ୍ଵର ସଂସ୍କୃତି ଭବନକୁ ଆର୍ଟ ଗ୍ୟାଲେରୀ ଏବଂ ଉପର ମହଲାରେ ହେବ ମ୍ୟୁଜିୟମ୍ ପ୍ରତିଷ୍ଠା

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ବାଧୀନତାର ଅମୃତ-ମହୋତ୍ସବ ଅବସରରେ ଓଡ଼ଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ’ ସ୍ଥାନୀୟ ସଦଭାବନା ଗୃହରେ ଆୟୋଜିତ ହୋଇଯାଇଛି। ଓଡିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ସଦସ୍ୟା ଡ. ଶୁଭଶ୍ରୀ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କମିଶନର୍ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ଉଦଘାଟନ କରି ପ୍ରତି ଜିଲ୍ଲାରେ ପ୍ରତି କାନ୍ଥବାଡ ଦେଶାତ୍ମବୋଧର କଥା କହିବା ଦରକାର ବୋଲି କହିଥିଲେ। ଏପରି ହେଲେ ଆଗାମୀ ପିଢି ଦେଶ ଓ ସ୍ଵାଧୀନତା ସମ୍ପର୍କରେ କିଛି ଜାଣି ପାରିବେ। ଏ ଦିଗରେ ପ୍ରତି ଜିଲ୍ଲାରେ ପ୍ରୟାସ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

Omkar Vasthu
Omkar Vasthu


ଏଥିରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ କବି ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତି ଜିଲ୍ଲାରେ ସଂସ୍କୃତି ଭବନ ଓ ଉନ୍ନତମାନର ଲାଇବ୍ରେରୀ ତିଆରି ହେବା ଦିଗରେ ପଦକ୍ଷେପ ନିଆ ଯାଉଛି। ଯାହାଦ୍ୱାରା ଛାତ୍ରଛାତ୍ରୀ ଲାଭାନ୍ଵିତ ହେବା ସହ ସଂସ୍କୃତି ଓ ପଠନ ପ୍ରତି ଆକୃଷ୍ଟ ହେବେ। ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ସଂସ୍କୃତି ଭବନକୁ ଆର୍ଟ ଗ୍ୟାଲେରୀ ଓ ସଂସ୍କୃତି ଭବନ ଉପର ମହଲାରେ ମ୍ୟୁଜିୟମ୍ ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ।
ଏଥିରେ ବାଲେଶ୍ଵରର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କବି ଶୈଳବାଳା ବେହେରାଙ୍କ ସଂଯୋଜନାରେ ବାଲେଶ୍ଵରର ୨୦ ଜଣ ନିମନ୍ତ୍ରିତ କବି ଶ୍ରୀଦେବ, କୃଷ୍ଣ କୁମାର ମହାନ୍ତି, ସମରେନ୍ଦ୍ରନାଥ ମହାପାତ୍ର, ହରିଶ୍ଚନ୍ଦ୍ର ବେହେରା, ବିମଳ ଜେନା, ଅଭୟ ଦାସ, ପ୍ରଶାନ୍ତ ଦାସ, ସତ୍ୟଶିବ ଦାସ, ବଂଶୀଧର ଚୌଧୁରୀ, ରଞ୍ଜନ ବାଗ, ବ୍ରହ୍ମନାଥ ରଥ, ସୀତାଂଶୁ ଲେଙ୍କା, ରବୀନ୍ଦ୍ରନାଥ ଜେନା, ରାଧାରଞ୍ଜନ ପଟ୍ଟନାୟକ, ଦେବଯାନୀ ଦାସ, ଶ୍ରଦ୍ଧାଞ୍ଜଳି ରାୟ, ସୁରଞ୍ଜନ ପାତ୍ର, ଉତ୍ପଳ ମହାନ୍ତି, ଯୀଶୁକ୍ରିଷ୍ଣ ଦାସ, ସତ୍ୟ ସାହୁ, ଗିରିଶ ଚନ୍ଦ୍ର ଦାସ ପ୍ରମୁଖ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ଏହି ଅବସରରେ ଶିଳ୍ପୀ କେଶୁ ଦାସ ନିଜ ତୁଳୀରେ ଆଙ୍କିଥିବା ଅତିଥିଙ୍କ ପେନସିଲ୍ ସ୍କେଚ୍ ପ୍ରଦାନ କରିଥିବା ବେଳେ ଯୁବ ଚିତ୍ର ଶିଳ୍ପୀ ପ୍ରୀତମ ନାୟକ ବାଲେଶ୍ବରୀ ଜଉ କଣ୍ଡେଇ ଉପହାର ସ୍ଵରୂପ ପ୍ରଦାନ କରିଥିଲେ। ଲଗାଣ ବର୍ଷା ସତ୍ତ୍ଵେ ଏହି ଆସରରେ ବାଲେଶ୍ଵରର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.