ଆକାଂକ୍ଷି ଜିଲ୍ଳା ପ୍ରଭାରୀଙ୍କ ରାୟଗଡା ଜିଲ୍ଳା ଗସ୍ତ ଓ ସମୀକ୍ଷା

ରାୟଗଡା, (ଶିବ ନାରାୟଣ ଗୈାଡ): ଆକାଂକ୍ଷି ଜିଲ୍ଲା ପ୍ରଭାରୀ ସୁରେଶ କୁମାର ବଶିଷ୍ଠଙ୍କ ୨ଦିନିଆ ରାୟଗଡା ଜିଲ୍ଲା ଗସ୍ତ କରି ଆଜି ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ କରିଥିଲେ । ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା ସମ୍ମିଳନୀ ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ସମେତ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଉକ୍ତ ବୈଠକରେ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାପଦଣ୍ଡ ଅନୁଯାୟୀ ପର୍ଯ୍ୟାୟ କ୍ରମେ ସମୀକ୍ଷା କରିଥିଲେ । ବିଶେଷ କରି ସ୍ୱାସ୍ଥ୍ୟ ଓ ପୁଷ୍ଟି, ଶିକ୍ଷା, କୃଷି, ମୈାଳିକ ଭିତିଭୂମି, ଦକ୍ଷତା ବିକାଶ ଓ ଆର୍ଥିକ ଅର୍ନ୍ତଭୁକ୍ତକରଣ ଉପରେ ସମୀକ୍ଷା କରିଥିଲେ । ଗତ ଏପ୍ରିଲ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ଉକ୍ତ ବିଭାଗ ଗୁଡିକରେ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ସ୍ବାସ୍ଥ୍ୟ ବିଭାଗ ଉପରେ ଆଲୋଚନା କରି ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କର ବିିଭିନ୍ନ ସମସ୍ୟା ବିଷୟରେ ସମୀକ୍ଷା କରିଥିଲେ । ଆଲୋଚନା ବେଳେ ପାରମିଟରରେ କମ ଅଗ୍ରଗତି ଅନୁଧ୍ୟାନ କରିଥିଲେ ତାହା ପରିବର୍ତୀ ସମୟରେ ସୁଧାରି ନେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି କୃଷି, ଉଦ୍ୟାନ କୃଷି, ପ୍ରାଣୀ ଚିକିତ୍ସା ଉପରେ ଆଲୋଚନା କରି ବିଭାଗୀୟ ଅଧିକାରୀମାନଙ୍କୁ ଏହାର ଅଗ୍ରଗତି ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ, ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା, ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଗ, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଦୁଶାସନ ପ୍ରହରାଜ, ସିଡିଭିଓ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ପତିତପାବନ ସାମନ୍ତରାଏ, ଲିଡ ବ୍ୟାଙ୍କ ମ୍ୟାଜେନର ଧୀରେନ୍ଦ୍ର ବେହେରା ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.