ବାଲେଶ୍ଵରରେ ଉନ୍ମୋଚିତ ହେଲା ଭୁବନେଶ୍ୱରରୁ ପ୍ରକାଶିତ ପତ୍ରିକା ‘ଗେଟଓ୍ଵେ ଓଡିଶା’ : ପାଳିତ ହେଲା ଶତ୍ରୁତା ବର୍ଜନ ଦିବସ

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ବେଳେବେଳେ ବାଲେଶ୍ଵର ଚା’ ଖଟି ମୁଖର ହୋଇ ଉଠେ ଖଟିଆଳଙ୍କ କୋଳାହଳରେ। ଆଜି ରିଲାଏନ୍ସ ଫୁଟଓ୍ଵେର୍ ନବମ ପାହାଚ ଖଟିରେ ପାଳିତ ହେଲା ‘ଶତ୍ରୁତା ବର୍ଜନ ଦିବସ’! ପରସ୍ପର ମଧ୍ୟରେ ଶତ୍ରୁଭାବାପନ୍ନ ନହୋଇ ଏକତ୍ର ମିତ୍ରପଣରେ ରହିବାର ସନ୍ଦେଶ ଦେଇ ଆଜିର ଏଇ ଉତ୍ସବକୁ ଉଦଘାଟନ କରିଥିଲେ ଭୁବନେଶ୍ୱରରୁ ଆସିଥିବା ‘ଗେଟଓ୍ଵେ ଓଡିଶା’ ପତ୍ରିକାର ସମ୍ପାଦକ ତଥା ସୁଲେଖକ, ସାମ୍ବାଦିକ ଶତ୍ରୁଜିତ୍। ଏଥିରେ ‘ବିଜ୍ଞାପନ’ ଅନୁଷ୍ଠାନର ନିର୍ଦ୍ଦେଶକ ମନୋଜ ପୃଷ୍ଟି ବିଶେଷ ଅତିଥି ଭାବେ ଉପସ୍ଥିତ ରହି ‘ଗେଟଓ୍ଵେ ଓଡିଶା’ ପତ୍ରିକାର ପୂଜାସଂଖ୍ୟାକୁ ଉନ୍ମୋଚନ କରିଥିଲେ। ଆଜିର ଖଟିରେ କବି ପ୍ରଶାନ୍ତ ଦାସ, କବି ଶ୍ରୀଦେବ, କବି କୃଷ୍ଣ କୁମାର ମହାନ୍ତି, କବି ଅଭୟ ଦାସ, କବି ଉତ୍ପଳ ମହାନ୍ତି, କବି ଓ ସମ୍ପାଦକ ବିରଜା ପ୍ରସାଦ ନାୟକ, ସମାଜର ଡେସ୍କ ଇନଚାର୍ଜ ଶଶିରଞ୍ଜନ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସୁକୁମାର ଘୋଷ, ସମାଜସେବୀ ରାଜେଶ ଗିରି ପ୍ରମୁଖ ଉପସ୍ଥିତ ଶତ୍ରୁହୀନ ଜୀବନକୁ ନେଇ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

●● ଏମିତି ଏକ ଦିବସ ନାହିଁ। ଏହା ଆରମ୍ଭ ହେଲା। ଏହାର ପ୍ରସ୍ତାବକ କବି ଶ୍ରୀଦେବ। ଏହା ସର୍ବତ୍ର ପାଳିତ ହେଉ। ●●●●

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.