ମମୀତା ମେହେର ହତ୍ୟା ପ୍ରସଙ୍ଗ: ଯୁବ କଂଗ୍ରେସ ତରଫରୁ କୋମନା ଥାନା ଘେରାଉ

● ତେଜୁଛି ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବୀ

ନୂଆପଡା: କୋମନା ପୋଲିସ ଷ୍ଟେସନ ସମ୍ମୁଖରେ ନୂଆପଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଶାହରୁଖ ଖାନଙ୍କ ନେତୃତ୍ଵରେ ଆଜି ମଧ୍ୟାହ୍ନରେ ମମିତା ମେହେର ହତ୍ୟା ଘଟଣା କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ, ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶିଦଣ୍ଡ ଏବଂ ଏହି ଘଟଣାରେ ଲିଙ୍କ ଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ତତସହ ଜୋରଦାର୍ ନାରାବାଜିରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଯଦି ମମୀତା ଭଉଣୀଙ୍କୁ ନ୍ୟାୟ ନମିଲେ ତେବେ ଆଗାମୀ ଦିନରେ ନୂଆପଡା ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଜୋରଦାର ଲଢେଇ ହେବ ବୋଲି ସାହାରୁଖ ଖାନ ମତ ରଖିଛନ୍ତି ।

Omkar Vasthu
Omkar Vasthu


ଏହି ପ୍ରତିବାଦ ସଭାରେ ନୂଆପଡା ଜିଲ୍ଳା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ, କୋମନା ବ୍ଲକ କଂଗ୍ରେସ ସଭାପତି କୈଳାଶ ଚନ୍ଦ୍ର ବାଗ, ପିସିସି ସଦସ୍ୟ ମୋତି ରାୱଲ, ଜିଲ୍ଳା ଯୁବ କଂଗ୍ରେସ ଉପସଭାପତି ପାଶା ମହାନନ୍ଦ, ବିଧାନସଭା ଯୁବ କଂଗ୍ରେସ ସଭାପତି ଶାହରୁଖ ଖାନ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସୌରଭ ଚନ୍ଦ୍ରକାର, ବ୍ଲକ ଯୁବ ସଭାପତି ନରେନ୍ଦ୍ର ନାଗ, ଜୋନ୍- ୨ ସଭାପତି ଇଶାକ ମହମ୍ମଦ, କ୍ଷେତ୍ରମୋହନ ମାଝୀ, ଗୁଡୁ ମାଝୀ, ଲିପୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.