ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନ ପକ୍ଷରୁ ୩୯ତମ ମାଁ ଦକ୍ଷିଣକାଳୀ ପୂଜା ଉତ୍ସବ ପାଇଁ ଶୁଭ ଖୁଂଟି ସ୍ଥାପନ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଫ୍ରେଣ୍ଡସ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ଚଳିତ ବର୍ଷ ୩୯ ତମ ମାଁ ଦକ୍ଷିଣକାଳୀ ପୂଜା ଉତ୍ସବ ଉପଲକ୍ଷେ ଶୁଭ ଖୁଂଟି ସ୍ଥାପନ ହୋଇଛି । ବ୍ଲକ କଲୋନୀ ସ୍ଥିତ କାଳୀ ମନ୍ଦିରରେ ରୀତିନୀତି ଅନୁଯାୟୀ ପୁରୋହିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଶୁଭ ଖୁଂଟି ସ୍ଥାପନ କରାଯାଇଥିଲା । ଆସନ୍ତା ନଭେମ୍ବର ମାସ ୪ ତାରିଖ ଠାରୁ ୧୪ ତାରିଖ ଯାଏଁ ମା ଦକ୍ଷିଣକାଳୀଙ୍କ ଦଶ ମହାବିଦ୍ୟା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ୧୫ ତାରିଖ ଦିନ ମୂର୍ତି ବିସର୍ଜନ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶୁଭ ଖୁଂଟି ସ୍ଥାପନ ପରେ ଥେରୁବାଲି ନିକଟସ୍ଥ ପାଇକପଡାର ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ଅଣାଯାଇ ମାଁଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।


ଶୁଭ ଖୁଂଟି ସ୍ଥାପନ ସମୟରେ ସଭାପତି ଦିଲ୍ଲୀପ ପଟ୍ଟନାୟକ, ସାଧାରଣ ସଂପାଦକ ଶିବ ପଟ୍ଟନାୟକ, ଉପ-ସଭାପତି ଶିବାଜୀ ଦାସ, ସଂପାଦକ ସଂଗ୍ରାମ ପଟ୍ଟନାୟକ, କୋଷାଧ୍ୟକ୍ଷ ଗୌରି ପଟ୍ଟନାୟକ, ସଭ୍ୟ ସୁନିଲ କୁମାର ପାଣିଗ୍ରାହୀ, ବିବେକ ଶତପଥି, ଅନିଲ ବିଶ୍ୱାଳ, ରବିନ୍ଦ୍ର ନାୟକ, ପିଟୁଂ ସାହୁ, ସୂର୍ଯ୍ୟ ଗୌଡ, ସମୀର କୁମାର ଗହୀର ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ସରକାର ଜାରି କରିଥିବା ପୂଜା କୋଭିଡ କଟକଣା ଗାଇଡ ଲାଇନ ମାନି ଚଳିତ ବର୍ଷ ମାଁଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ, ତେଣୁ ପୂଜା ସମୟରେ ମନ୍ଦିର ସମ୍ମୁଖରେ ମାଁଙ୍କ ଦର୍ଶନ ସାରିବା ପରେ ଅଯଥାରେ ଗହଳି ନ କରିବା ପାଇଁ ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନର ସାଧାରଣ ସଂପାଦକ ଶିବ ପଟନାୟକ ରାୟଗଡା ସହରବାସୀ ଓ ଜିଲ୍ଳାବାସୀଙ୍କୁ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.