ସୁଜୀପଡ଼ାରେ ପାଣି ଟାଙ୍କି ନିର୍ମାଣ ପାଇଁ ଭୂମି ପୂଜନ କଲେ ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର ): ରାଜ୍ୟ ସରକାର ସାରା ରାଜ୍ୟର ପ୍ରତ୍ୟେକ ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ଯୋଜନା କରିଛନ୍ତି । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ୩୦ ରୁ ଉର୍ଦ୍ଧ୍ବ ଗ୍ରାମକୁ ପାନୀୟ ଜଳ ଯୋଗାଣ ଚାଲିଛି । ଆସନ୍ତା ୨୦୨୫ ସୁଦ୍ଧା ନର୍ଲା ବ୍ଲକ ର ପ୍ରତି ଗାଁ କୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଜଣା ପଡିଛି ।

Omkar Vasthu
Omkar Vasthu


କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା, ନର୍ଲାରୋଡ, ବେହେରାପାଟି, ଡିଗିରାପଡାକୁ ପାନୀୟ ଜଳ ଯେଗାଣ ନିମନ୍ତେ ଓଭରହେଡ ପାଣି ଟାଙ୍କି ଓ ଇନଟେକ ୱେଲ ନିର୍ମାଣ ନିମନ୍ତେ ଗତ ଅଗଷ୍ଟ ମାସରେ କାର୍ଯ୍ୟ ଆରମ୍ଭ ହୋଇଛି । ସେହିଭଳି ନର୍ଲାର ବାଗପୁର, ଭାନପୁର, ଭୀମକେଲା, ଲାଖଗୁଡା, ରାକ୍ସୀ ପ୍ରଭୃତି ଗ୍ରାମ ପାଇଁ ମଧ୍ୟ ଏବେ ନୂଆରେ ଚଳିତ ବର୍ଷ ପାନୀୟ ଜଳ ଯୋଗାଣ ଚାଲିଛି । ଏହି କ୍ରମରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବାଙ୍କେଲ, ଉଲିସିର୍କା, ତୁଳାଗାଁ, ସୁଜୀପଡା ଓ ଭଟାଙ୍ଗ ପାଇଁ ନର୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ସୁଜୀପଡା ସାନ୍ଦୁଲ ନଦୀ ପାର୍ଶ୍ୱରେ ଇନଟେକ ୱେଲ ଓ ଓଭର ଟ୍ୟାଙ୍କ ନିର୍ମାଣ ପାଇଁ ଗୁରୁବାର ସକାଳ ୧୦ ଘଣ୍ଟା ସମୟରେ ସର୍ଗିଗୁଡା ଉଦୀୟମାନ ଯୁବ ସରପଞ୍ଚ ନରସିଂହ କୁମାର ଭୂମି ପୂଜନ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna


ଇତ୍ୟବସରରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ବିଶ୍ୱାଳ, ଯୋଗାଣ ସହାୟକ ଟଙ୍କଧର ସା, ସୁଜୀପଡା ୱାଡ଼ ସଭ୍ୟ କନ୍ଦର୍ପ ନାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କେସିଙ୍ଗାର ଜନୈକ କଣ୍ଟ୍ରାକ୍ଟର ଏହି ଓଭରହେଡ ପାଣିଟାଙ୍କି ନିର୍ମାଣ କାର୍ଯ୍ୟର ଦାଇତ୍ୱ ନେଇଥିବା ଜଣାପଡିଛି । ଏହାକୁ ନେଇ ତୁଳାଗାଁ, ସୁଜୀପଡା, ଉଲିସିର୍କା ଓ ଭଟାଙ୍ଗ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.