ନର୍ଲା ଗଜଲକ୍ଷ୍ମୀ ପୂଜାର ପୂର୍ଣ୍ଣହୂତି ପଡିଲା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବଣିକ ସଂଘର ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ମଧ୍ୟରେ ନର୍ଲା ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଲକ୍ଷ୍ମୀପୂଜା ନିମନ୍ତେ ଗତ ମଙ୍ଗଳବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସାନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବୁଧବାର ସକାଳ ୭ ଘଣ୍ଟାରୁ ଆରମ୍ବ ହୋଇଥିବା ଲକ୍ଷ୍ମୀ ପୂଜାର ଶୁକ୍ରବାର ଦିନ ୨ ଟା ବେଳେ ପୂର୍ଣ୍ଣାହୂତି ପଡିଛି । ବଣିକ ସଂଘର ସଭାପତି ଅଜୟ କୁମାର ପଣ୍ଡା ଓ ସଂପାଦକ ପ୍ରୀତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନର୍ଲାରେ ଗଜ ଲକ୍ଷ୍ମୀପୂଜା ଅନୁଷ୍ଠିତ ହେଉଥିବା ବେଳେ ବଣିକ ସଂଘ ନର୍ଲାର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସମ୍ପାଦକ ନିକୁଞ୍ଜ ଦତ୍ତା, ସଦସ୍ୟ ମଣ୍ଟୁ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ମନୋଜ ମହାପାତ୍ର, ଶୁଭମ ଅଗ୍ରୱାଲ, ଦେବାଶିଷ ପଟ୍ଟନାୟକ, ଶୁଭମ ଜୈନ, ବିଜୟ ଅଗ୍ରୱାଲ, ଗଲୁ ଅଗ୍ରୱାଲ, ଟିଟୁ ଚାନ୍ଦ୍, ସୁରେଶ ଅଗ୍ରୱାଲା, ସମୀର ଚାନ୍ଦ ପ୍ରମୁଖ ଦାଇତ୍ୱରେ ରହି ପୂଜା ପରିଚାଳନା ରେ ସହଯୋଗ କରିଥିଲେ ।


ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ଅର୍ଜୁନ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ କନକଲତା ସାହୁ ପୂଜନ କାର୍ଯ୍ୟ ନିର୍ବାହନ କରିଥିବା ବେଳେ ବ୍ରହ୍ମା ପୂଜକ ପଣ୍ଡିତ ଭାବରେ ଜନାର୍ଦ୍ଦନ ପାଢୀ ଓ ଲମ୍ବୋଦର ପାଢୀ ଲକ୍ଷ୍ମୀ ପୂଜନ ପରିଚାଳନା କରିଥିଲେ । ବୁଧବାର, ଗୁରୁବାର ଦୁଇଦିନ ଧରି ମଧ୍ୟାହ୍ନ ଗୋଟାଏ ବେଳେ ପୂଜା କମିଟି ତରଫରୁ ସାମୁହିକ ଅନ୍ନପ୍ରସାଦ ପ୍ରସାଦ ପ୍ରଦାନ କରାଯାଇଥିଲା । ଦିନ ଦୁଇଟା ସମୟରେ ଗଜଲକ୍ଷ୍ମୀ ପୂଜାର ପୂର୍ଣ୍ଣାହୂତି ପଡିବା ପରେ ସଂଧ୍ୟା ୬ ଘଣ୍ଟା ସମୟରେ ମୂର୍ତ୍ତି ବିସର୍ଜନ କରାଯାଇଥିବା ଜଣାପଡିଛି । ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଆଇଆଇସି ଶ୍ରୀମତୀ ରେଣୁକା ସୁନା, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ ପ୍ରମୁଖ ଏବଂ ନର୍ଲା ଅଞ୍ଚଳବାସୀ ବଣିକ ସଂଘର ଉତ୍ତୋରତର ଉନ୍ନତି କାମନା କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.