ପ୍ରତିଶ୍ରୁତି ପତ୍ରିକାର ତୃତୀୟ ସଂସ୍କରଣ ଉନ୍ମୋଚିତ

● ଆଲୋଚନା ଚକ୍ର, କବିତା ପାଠୋତ୍ସବ ଏବଂ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ପ୍ରତିଶ୍ରୁତି (ନୂଆ ସକାଳ ର ସଂକଳ୍ପ) ପତ୍ରିକା ପରିବାର ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁଗେ ଯୁଗେ ଜଗନ୍ନାଥ ଶିର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ବିଶିଷ୍ଟ କବି, ପ୍ରବଚକ, ଉଦଘୋଷକ ଦୟାନିଧି ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଆଲୋଚନାଚକ୍ରରେ ଲୋକପ୍ରିୟ ପ୍ରବଚକ ଓ ଆଧ୍ୟାତ୍ମିକ ଗୁରୁ ଡ଼ଃ. ଚନ୍ଦ୍ର ଶେଖର ଦାଶ, ବିଶିଷ୍ଟ ଭାଷାବିତ ଓ କବି ତଥା ସମାଜସେବୀ ଶଙ୍କର୍ଷଣ ପରିଡା, ବରିଷ୍ଠ କବି ଓ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପିନାକୀ ମିଶ୍ର, ବିଶିଷ୍ଟ କବି ଓ ଅଧ୍ୟାପିକା ଈପ୍ସିତା ଷଢଙ୍ଗୀ ପ୍ରମୁଖ ଭାଗ ନେଇ ଜଗନ୍ନାଥ ସଂସ୍କୃତି ଓ ସାହିତ୍ୟର ସମନ୍ୱୟ ସମ୍ପର୍କରେ ଆଲୋକପାତ କରିଥିଲେ। ବରେଣ୍ୟ ଅତିଥି ମାନଙ୍କୁ ପତ୍ରିକା ପରିବାର ତରଫରୁ ଜଗନ୍ନାଥଙ୍କ ଫୋଟୋଚିତ୍ର ଅର୍ପଣ କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ ଭୁବନେଶ୍ବର ବିଧାୟକ (ମଧ୍ୟ) ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ପ୍ରତିଶ୍ରୁତି ପତ୍ରିକା ପରିବାରର ଏହି ସାଧୁ ଉଦ୍ୟମକୁ ଭୁୟସୀ ପ୍ରଶଂଶା କରିବା ସହ ପତ୍ରିକାର ତୃତୀୟ ସଂସ୍କରଣର ଉନ୍ମୋଚନ ଓ ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଥର ଭଳି ଓଡ଼ିଶାର କୋଣ ଅନୁକୋଣରୁ କଳା, ସାହିତ୍ୟ, ଭାସ୍କର୍ଯ୍ୟ, ଚିତ୍ରକଳା ତଥା ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର, ଉତ୍ତରୀୟ ସହିତ ପ୍ରତିଶ୍ରୁତି ସ୍ମୃତିଫଳକ ରେ ସମ୍ମାନିତ କରାଇଯାଇଥିଲା। ଆୟୋଜିତ କବିତା ଆସରକୁ ବିଶିଷ୍ଟ କବି ତୁଷାର ସାହୁ, ବରିଷ୍ଠ ଆୟକର ଅଧକାରୀ ରମାକାନ୍ତ ମାହାଳି, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ସାହୁ, ଅଧ୍ୟାପକ ଓ କବି ହରେକୃଷ୍ଣ ଦାଶ, ଶିକ୍ଷକ, କବି ଓ ପ୍ରାବନ୍ଧିକ ଲଳିତ ମୋହନ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ଶ୍ୟାମା କିଙ୍କର ମହାନ୍ତିଙ୍କ ସଙ୍ଗୀତ ପରିବେଷଣ ଖୁବ ଆକର୍ଷଣୀୟ ଥିଲା। ସମ୍ପାଦିକା ସସ୍ମିତା ମହାପାତ୍ର ମଞ୍ଚ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବେଳେ ଶୁଭବ୍ରତ ମହପାତ୍ର, ଜଗନ୍ ପାଳ, ଦିବ୍ୟ ରଂଜନ ବେହେରା ଆଦି ସହଯୋଗ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଓ ପରିଚାଳନା ସମ୍ପାଦକ ସ୍ମୃତି ରଞ୍ଜନ ତ୍ରିପାଠୀଙ୍କ ଏତାଦୃଶ କାର୍ଯ୍ୟକ୍ରମ ଆୟୋଜନ ଉପସ୍ଥିତ ବରେଣ୍ୟ ଅତିଥି ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.